ଶିକ୍ଷୟତ୍ରୀଙ୍କ ସହ ମସ୍ତିର ପାଠଶାଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ - ଦିଲ୍ଲୀ ସ୍କୁଲ ଭିଡିଓ ଭାଇରାଲ

🎬 Watch Now: Feature Video

thumbnail

By

Published : Nov 6, 2022, 1:39 PM IST

Updated : Feb 3, 2023, 8:31 PM IST

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ହୋଇଛି । ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରାଥମିକ ସ୍କୁଲକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଏହି ପ୍ରାଥମିକ ବିଦ୍ୟାଳୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାରି ଭିତରେ ସୋସିଆଲ ମିଡିଆରେ ସ୍କୁଲ ପିଲାମାନଙ୍କର ଏକ ଭିଡିଓ ବେଶ୍ ଭାଇରାଲ ହୋଇଛି । ଯେଉଁଥିରେ ଛାତ୍ରଛାତ୍ରୀ କ୍ଲାସ୍ ଟିଚରଙ୍କ ସହିତ ମସ୍ତିର ପାଠଶାଲା ଗୀତରେ ମସ୍ତି କରୁଥିବା ନଜର ଆସିଛନ୍ତି । ଶିକ୍ଷୟିତ୍ରୀ ଜଣକ ଏକ କଣ୍ଢେଇକୁ ଧରି ଯେମିତି ସଙ୍କେତ ଦେଉଛନ୍ତି ପିଲାମାନେ ଠିକ୍ ସେହିପରି ଅଭିନୟ କରୁଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଏହି ଭାଇରାଲ ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି । ଟ୍ବିଟରେ ସେ ଲେଖିଛନ୍ତି ଦିଲ୍ଲୀ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷାର ସ୍ତର ଏବେ ପ୍ରାଇଭେଟ୍ ସ୍କୁଲଠାରୁ ଉତ୍ତମ ହୋଇଛି । ଏମସିଡି (ଦିଲ୍ଲୀ ମହାନଗର ନିର୍ବାଚନ) ନିର୍ବାଚନ ପରେ ୧୭୦୦ ସ୍କୁଲରେ ପଢୁଥିବା ସାତ ଲକ୍ଷ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇବେ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.