ETV Bharat / state

ମଝି ସମୁଦ୍ରରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ଅଟକ ୮ ମତ୍ସ୍ୟଜୀବୀଙ୍କୁ ନେଇଗଲେ ମାଛ ମାଫିଆ - FISHERMEN ATTACKED PATROLLING TEAM

ଗହିରମଥା ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରାକୁ ନେଇ ବନବିଭାଗ କର୍ମଚାରୀଙ୍କୁ ମାଛ ମାଫିଆ ଆକ୍ରମଣ, ମଝି ସମୁଦ୍ରରେ ବ୍ଲାଙ୍କ ଫାୟାରିଂ କଲା ବନବିଭାଗ

fishermen attacked forest department
fishermen attacked forest department (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 7:44 PM IST

କେନ୍ଦ୍ରାପଡା: ମଝି ସମୁଦ୍ରରେ ବନବିଭାଗ କର୍ମଚାରୀଙ୍କ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ । ବନବିଭାଗକୁ ଚକମା ଦେଇ ଫେରାର ହୋଇଗଲେ ୮ ମତ୍ସ୍ୟଜୀବୀ । ଟ୍ରଲର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କଲା ବନବିଭାଗ ।

ନିଷିଦ୍ଧାଞ୍ଚଳ ଅଞ୍ଚଳରେ ମାଛଧରା:

ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ନଜରରେ ରଖି କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସମୂଦ୍ର ଉପକୂଳ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ନଭେମ୍ବର ୧ ତାରିଖଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ ଆଜି (ରବିବାର) କିଛି ମତ୍ସ୍ୟଜୀବୀ ବାବୁବାଲି ଠାରୁ ୫ କିଲୋମିଟର ଦୂରରେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ଖବର ପାଇ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।

ମତ୍ସ୍ୟଜୀବୀଙ୍କୁ ନେଇଗଲେ ମାଛ ମାଫିଆ (ETV Bharat Odisha)

ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ଟିମ ଅଲିଭିଆ ନାମକ ସରକାରୀ ଟ୍ରଲରରେ ଚଢ଼ାଉ କରି ଚଣ୍ଡୀ ତାରିଣୀ ନାମକ ଏକ ଟ୍ରଲରକୁ ଜବତ କରିଥିଲେ । ଏଥିସହ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲେ । ହେଲେ ମଝି ସମୁଦ୍ରରେ 'VHF' ଜରିଆରେ ଜବତ ହୋଇଥିବା ଟ୍ରଲରରୁ ଖବର ଯିବା ପରେ ଅନ୍ୟ ୮ରୁ ୧୦ଟି ଟ୍ରଲର ବନବିଭାଗ ଟ୍ରଲର ନିକଟକୁ ମାଡି ଆସିଥିଲେ ।

ସମୁଦ୍ର ମଝିରେ ବ୍ଲାଙ୍କ୍ ଫାୟାରିଂ:

fishermen attacked forest department patrolling team
fishermen attacked forest department patrolling team (ETV Bharat Odisha)

ବନବିଭାଗ ଟ୍ରଲର ସହ ବାଡେଇ ହୋଇ ଏହାକୁ ବୁଡାଇ ଦେବାକୁ ଚେଷ୍ଟା କରିବା ସହ ବନବିଭାଗକୁ ଭୟଭୀତ କରିଥିଲେ । ବନବିଭାଗ ପକ୍ଷରୁ ଫାଙ୍କା ଗୁଳି ଚଳାଯାଇଥିଲା । ହେଲେ ମତ୍ସ୍ୟଜୀବୀମାନେ ବନବିଭାଗ ଦ୍ୱାରା ଧରାଯାଇଥିବା ୮ଜଣ ମତ୍ସ୍ୟଜୀବୀମାନଙ୍କୁ ଅନ୍ୟ ଏକ ଟ୍ରଲରରେ ଧରି ଫେରାର ହୋଇଯାଇଥିଲେ । ତେବେ ବନବିଭାଗ ଚଣ୍ଡୀ ତାରିଣୀ ଟ୍ରଲରର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଥିବା ସୂଚନା ରହିଛି । ଅଟକ ଡ୍ରାଇଭର ଜଣକ ବାଲେଶ୍ୱରର ହୋଇଥିବା ଭିତରକନିକା ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତରାୟ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ...

ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ସୁରକ୍ଷା କ୍ୟାମ୍ପ, ସାବାଡ଼ ହେବେ ଅମାନିଆ ଟ୍ରଲର

ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ: ୩ ମୃତ ଅଲିଭ ରିଡ଼ଲେ ଉଦ୍ଧାର, ୬ ଗିରଫ

ଦେବୀ ନଦୀ ମୁହାଣରୁ ଆନ୍ଧ୍ର ସୀମାବର୍ତ୍ତୀ ଟ୍ରଲର ଜବତ, ୯ ଅଟକ

ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା

ବନବିଭାଗ କର୍ମଚାରୀଙ୍କୁ ମାଛ ମାଫିଆଙ୍କ ଆକ୍ରମଣ:

ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି,"ଯେହେତୁ ଅଲିଭ ରିଡଲେ କଇଁଛ ସିଜନ ଚାଲିଛି ସେଥିପାଇଁ ଗହୀରମଥା ଅଭୟାରଣ୍ୟ ଅଞ୍ଚଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି । ଆଜି ସକାଳେ ଅଲିଭିଆ ସରକାରୀ ଟ୍ରଲର ପାଟ୍ରୋଲିଂ ପାଇଁ ଯାଇଥିଲା ବେଳେ ସେଠାରେ ୬ଟା ଟ୍ରଲର ଏକାଠି ହୋଇ ମାଛ ଧରୁଥିବା ଦେଖିଥିଲେ । ଯେତେବେଳେ ତାଙ୍କୁ ଷ୍ଟାଫ ଅଟକ ରଖିବାକୁ ଚେଷ୍ଟା କଲେ ତା ଭିତରେ ଆମେ ଗୋଟିଏ ଟ୍ରଲର ସିଜ କରିପାରିଲୁ କିନ୍ତୁ ଅନ୍ୟ ୫ଟି ଟ୍ରଲରରେ ଥିବା ୬୦ରୁ ୭୦ ଜଣ ଆମ ଷ୍ଟାଫଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲେ ଏବଂ ଯେଉଁ ଟ୍ରଲର ସିଜ ହୋଇଛି ସେଥିରେ କାମ କରୁଥିବା ଷ୍ଟାଫମାନଙ୍କୁ ସେମାନେ ନେଇ ପଳାଇଲେ । ବର୍ତ୍ତମାନ ଆମେ ଗୋଟିଏ ଟ୍ରଲର ସିଜ କରିବା ସହ ଜଣେ ଡ୍ରାଇଭରକୁ ଅଟକ ରଖିଛୁ । ଷ୍ଟାଫ ସଂଖ୍ୟା ମାତ୍ର ୧୦ ଥିବା ବେଳେ ସେମାନଙ୍କ ସଂଖ୍ୟା ୬୦ରୁ ୭୦ ରହିଥିଲା । ଯେଉଁଥି ପାଇଁ ବ୍ଲାଙ୍କ ଫାୟାରିଂ କରାଯାଇଥିଲା । ଗତବର୍ଷ ମଧ୍ୟ ଏଭଳି ଘଟଣା ଘଟିଥିଲା । "

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.