ସମ୍ବଲପୁରରେ ବନ୍ଦର ପ୍ରଭାବ: ଖାଁ ଖାଁ ରାସ୍ତାଘାଟ, 46ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

By

Published : Apr 19, 2023, 8:47 PM IST

thumbnail

ସମ୍ବଲପୁର: ହନୁମାନ ଜୟନ୍ତୀ ପାଳନ ସମୟରେ ହୋଇଥିବା ଅଘଟଣର ପ୍ରତିବାଦ କରି ଆଜି (ବୁଧବାର) ବିଶ୍ଵ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ପକ୍ଷରୁ ସମ୍ବଲପୁର ସମେତ 14ଟି ଜିଲ୍ଲା ରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସହର ଏବଂ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲ ଆଦି ବନ୍ଦ ରହିଛି । ଏପରିକି ଯାତାୟାତ ମଧ୍ୟ ବନ୍ଦ ରହିଛି । ସମ୍ବଲପୁର ସହରରେ କର୍ଫ୍ୟୁ ଜାରି ରହିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ସକାଳ 7 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କୋହଳ କରାଯାଇଥିଲା, କିନ୍ତୁ ବନ୍ଦ ପାଳନ ଯୋଗୁଁ ଆଜି ମଧ୍ୟ ସମ୍ବଲପୁର ସହରରେ କର୍ଫ୍ୟୁ ଳାଗିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କୌଣସି ଅପ୍ରୀତିକର ପାରସ୍ଥିତିକୁ ଏଡେଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ 46 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ସମ୍ବଲପୁର ସହରରେ 18ଟି ପୋଲିସ ପଏଣ୍ଟର ବ୍ୟବସ୍ଥା କରାଯାଇଛି  । ପ୍ରମୁଖ ଛକ ଓ ଗଳି ଗୁଡିକରେ ପୋଲିସ ମୁତୟନ ହୋଇ ରାସ୍ତାରେ ଯାଉଥିବା ବିଭିନ୍ନ ବାଇକ ଓ ଗାଡି ଗୁଡିକର ଯାଞ୍ଚ କରୁଛନ୍ତି । 

ଇଟିଭି ଭାରତ, ସମ୍ବଲପୁର, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.