thumbnail

By

Published : Apr 24, 2023, 4:03 PM IST

ETV Bharat / Videos

ଶ୍ରୀମନ୍ଦିରରେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ମହାପ୍ରଭୁଙ୍କୁ ଦର୍ଶନ କଲେ

ପୁରୀ: ଓଡ଼ିଶା ଗସ୍ତରେ ଥିବା ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତମାନେ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।  ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ପରେ ବିମଳା, ମା' ଲକ୍ଷ୍ମୀଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ତେବେ ମିଥୁନ ଚକ୍ରବର୍ତ୍ତୀ ନିଜ ପ୍ରତିକ୍ରିୟାରେ କହିଥିଲେ ଏଠାରୁ ସେ ଯେଉଁ ସ୍ନେହ, ମମତା ପାଇଛନ୍ତି ତାହା ଅନ୍ୟ କେଉଁଠାରୁ ପାଇନାହାନ୍ତି । ସେ ଯେମିତି ଅନ୍ୟକୁ କଷ୍ଟ ନ ଦିଅନ୍ତୁ ଏଥିପାଇଁ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

ଏହା ବି ପଢନ୍ତୁ- ସତ୍ୟବାଦୀରେ ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭା, ସାମିଲ ହେଲେ ଅଭିନେତା ମିଥୁନ

ଶ୍ରୀମନ୍ଦିର ଦର୍ଶନ ସମୟରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ଶହୀଦ ଯବାନ ଦେବାଶିଷ ବିଶ୍ବାଳଙ୍କ ଘରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ ମିଥୁନ । ସତ୍ୟବାଦୀରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜକୁ ଧନ୍ୟ ମନେ କରିବା କଥା କହିଛନ୍ତି ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.