ଜି. ଉଦୟଗିରିରେ ଗାଡି ମଟର ଯାଞ୍ଚ କଡାକଡି, ୧ ଲକ୍ଷ ୭୬ହଜାର ଫାଇନ ଆଦାୟ - ଜି ଉଦୟଗିରିରେ ୧ ଲକ୍ଷ ୭୬ହଜାର ଫାଇନ ଆଦାୟ
🎬 Watch Now: Feature Video
Published : Nov 14, 2023, 9:54 PM IST
କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଅଞ୍ଚଳରେ ଗାଡି ମଟର ଯାଞ୍ଚ କଡାକଡି କରାଯାଉଥିବା ଦେଖିବାକୁ ମିଳିଛି । ପରିବହନ ବିଭାଗ ପକ୍ଷରୁ ଜି. ଉଦୟଗିରିରେ ଗାଡି ମଟର ଯାଞ୍ଚ କରାଯାଇ 1ଲକ୍ଷ 76 ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ରହିଛି ।
ତେବେ ଜି.ଉଦୟଗିରି ଏନଏସି ଅନ୍ତର୍ଗତ ଶ୍ରୀରାମପଦା ନିକଟ ନୂତନ ବସଷ୍ଟାଣ୍ଡ ଠାରେ ପରିବହନ ବିଭାଗ ପକ୍ଷରୁ ବାଇକ୍, ଅଟୋ, ଟ୍ରାକ୍ଟର ଗୁଡ଼ିକୁ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଛି । ଯାଞ୍ଚ ସମୟରେ ୩ ଜଣ ମଦ୍ୟପଙ୍କଠାରୁ ଫାଇନ ଆଦାୟ କରାଯାଇଥିବା ବେଳେ, ୫ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି । ୩୦ଟି ବାଇକ୍, ଅଟୋ, ଟ୍ରାକ୍ଟରଗୁଡିକର ଗୁଡ଼ିକର ଚାଲାଣ କଟାଯାଇ ସମୁଦାୟ ୧ ଲକ୍ଷ ୭୬ ହଜାର ଫାଇନ ଆଦାୟ କରାଯାଇଥିବା ସୂଚନା ରହିଛି । ତେବେ ଅନେକ ଅଟୋ ଗୁଡ଼ିକର ଫିଟନେସ, ଇନସୁରେନ୍ସ ଓ ପର୍ମିଟ ନଥିବା ନେଇ ଯାଞ୍ଚ ସମୟରେ ଜଣାପଡ଼ିଥିଲା ।
ଏହାମଧ୍ୟ ପଢନ୍ତୁ..HSRP ନମ୍ବର ପ୍ଲେଟ ଚେକିଂ କଡାକଡି, ନିୟମ ଖିଲାପକାରୀଙ୍କୁ ଫାଇନ୍
ତେବେ କନ୍ଧମାଳ ପରିବହନ ବିଭାଗ ପକ୍ଷରୁ MVI ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏହି ଯାଞ୍ଚ କଡ଼ାକଡ଼ି ଭାବେ କରାଯାଉଥିବା ବେଳେ କନେଷ୍ଟବଳ ପୂଜାରାଣୀ ସାହୁ ଓ ଗାର୍ଡ ଜ୍ୟୋତି ରଞ୍ଜନ ପରିଡ଼ା, ସ୍ଥାନୀୟ ପୋଲିସ ଏଏସଆଇ ବୁଲୁ ବେହେରା ଓ ଆଇଆରବି ଯବାନ ମାନେ ମିଳିତ ଭାବରେ ଏହି ଯାଞ୍ଚ କରିଥିଲେ । ଆସନ୍ତା ଶନିବାର ଦିନ ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାମ୍ପ୍ ଅନୁଷ୍ଠିତ ହେବ ସେଥିରେ ଯେଉଁମାନେ ଗାଡ଼ିର ଫିଟନେସ ଓ ଅନ୍ୟାନ୍ୟ କାଗଜପତ୍ର କରିପାରିନାହାନ୍ତି ସେମାନେ ଏହି କ୍ୟାମ୍ପରେ ଆବେଦନ କରି ପାରିବେ ବୋଲି ସୂଚନା ରହିଛି ।
ଇଟିଭି ଭାରତ, କନ୍ଧମାଳ