ଜଟଣୀରେ ଜମୁଛି ବାଣ ବ୍ୟବସାୟ - ଜଟଣୀ ସହରରେ ଜମିଲାଣି ବାଣ ବ୍ୟବସାୟ

🎬 Watch Now: Feature Video

thumbnail

By

Published : Oct 21, 2022, 4:15 PM IST

Updated : Feb 3, 2023, 8:29 PM IST

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଆଲୋକର ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ଦୀପାବଳିକୁ ଧୁମଧାମରେ ପାଳିବେ ରାଜ୍ୟବାସୀ । ଏନେଇ ବିଭିନ୍ନ ସ୍ଥାନରେ ଖୋଲିଛି ବାଣର ପସରା । ବିଭିନ୍ନ ପ୍ରକାରର ବାଣ ଏବେ ବଜାରରେ ବିକ୍ରି ହେଉଛି । ବିଶେଷ କରି ଓଡ଼ିଶାର ଶିବକାଶୀ କୁହାଯାଉଥିବା ଜଟଣୀ ସହରରେ ଜମିଲାଣି ବାଣ ବ୍ୟବସାୟ । ଚଳିତବର୍ଷ 48ଟି ବାଣ ହୋଲସେଲ ଦୋକାନ ଖୋଲିଥିବା ବେଳେ ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି ବ୍ୟବସାୟୀ । ଚଳିତବର୍ଷ କମ ପ୍ରଦୂଷଣ କରୁଥିବା ଗ୍ରୀନ କ୍ରାକର ଚାହିଦା ଅଧିକ ରହିଥିବା ବେଳେ ନୂଆ ନୂଆ ଭେରାଇଟିର ବାଣ ବଜାରକୁ ଆସିଥିବା ବ୍ୟବସାୟୀ କହିଛନ୍ତି । କିନ୍ତୁ ଚଳିତବର୍ଷ ବାଣ ଦର ପୂର୍ବବର୍ଷ ଅପେକ୍ଷା 40 ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.