ସଫଳ ଅପରେସନ ପରେ ଶୂନଶାନ ସିଲକ୍ୟାରା, ଫେରିଲା ରେସ୍କ୍ୟୁ ଟିମ୍

By ETV Bharat Odisha Team

Published : Nov 29, 2023, 12:23 PM IST

thumbnail

ଡେରାଡୁନ: ସଫଳ ହେଲା ଅପରେସନ । ଅସମ୍ଭବ ସମ୍ଭବ ହେଲା । ଜିତିଲା 41 ଜୀବନ । ପରିବାରରେ ଖୁସିର ମହୋଲ । ମାଆ ମୁହଁରେ ଆତ୍ମତୃପ୍ତିର ହସ । ଆଉ ସ୍ବାମୀ ସୁରକ୍ଷିତ ଉଦ୍ଧାର ଖବର ଶୁଣି ଦିଅଁକୁ ମୁଣ୍ଡିଆ ମାରୁଛି ସ୍ତ୍ରୀ । 17 ଦିନ 400ରୁ ଅଧିକ ଘଣ୍ଟା । ଯେଉଁ ସ୍ଥାନ ଜନଗହଳି ଭରା ଥିଲା । ନେତା ମନ୍ତ୍ରୀଙ୍କ ସୁଅ ଛଟିଥିଲା ଆଜି ସେହି ସ୍ଥାନ ଶୂନଶାନ । ଉତ୍ତରାକଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାର ଶିକାର 41 ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ଦିନ ରାତି ଚାଲଥିଲା 17 ଦିନ ପରେ ସେହି ମହା ଅପରେସନ ସଫଳ ହୋଇଛି । ଏହା ସେଠାରେ ନିୟୋଜିତ ଉଦ୍ଧାରକାରୀ ଦଳ ଫେରିଛନ୍ତି । ଉଦ୍ଧାରକାର୍ଯ୍ୟରେ ଲାଗିଥିବା କୋଡି କୋଦାଳ ଧରି ଜିନିଷ ଗାଡିରେ ଲଦି ସ୍ଥାନ ଛାଡିଛନ୍ତି । ଏଇ ଯେମିତି କଥାରେ ଅଛି 'ଦିନ ଯିବ ହେଲେ ଘଟଣା ଦୁର୍ଘଟଣା ସବୁବେଳେ ମନରେ ରହିବ' । ସେହି ଟନେଲ ଦୁର୍ଘଟଣାଠୁ ନେଇ ସଫଳ ଉଦ୍ଧାରକାର୍ଯ୍ୟର ସିଲକ୍ୟାରା ସାକ୍ଷୀ ରହିବ ।

ଏହା ବି ପଢନ୍ତୁ...ଉଦ୍ଧାର ଶ୍ରମିକଙ୍କ ମୁହଁରୁ ସେହି 17 ଦିନର କାହାଣୀ, 'ପ୍ରଥମ 24 ଘଣ୍ଟା ହୋଇଥିଲା ଅସୁବିଧା'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.