Karnataka Result: ଉତ୍ତରାଖଣ୍ଡ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, 'ବହୁମତରେ ସରକାର ଗଢିବ ବିଜେପି'

By

Published : May 12, 2023, 10:54 PM IST

thumbnail

ଡେରାଡୁନ: ଆସନ୍ତାକାଲି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । କିଏ ସରକାର ଗଢିବ ସେ ନେଇ ଚର୍ଚ୍ଚା ଜାରି ରହିଛି । ମତଦାନ ପରେ ଏକାଧିକ ଏକଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି । ନିର୍ବାଚନକୁ ନେଇ ଅଙ୍କକଷା ଜାରି ରହିଥିବା ବେଳେ ଭବିଷ୍ୟବାଣୀ କରିଛନ୍ତି ଉତ୍ତରାଖଣ୍ଡର ଜ୍ୟୋତିଷ ଉମାଧର ବହଗୁଣା । ସେ ନିର୍ବାଚନ ପୂର୍ବରୁ ଭବିଷ୍ୟବାଣୀ କରିଆସୁଛନ୍ତି । ଆଉ ଅଧିକାଂଶ ସମୟ ତାଙ୍କ ଭବିଷ୍ୟବାଣୀ ସତ ମଧ୍ୟ ହୋଇଛି । ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ନେଇ ସେ ଇଟିଭି ଭାରତ ସହିତ ଆଲୋଚନା କରିଛନ୍ତି । ତାଙ୍କ କହିବାନୁସାରେ ବିଜେପି ବହୁମତ ସହିତ ସରକାର ଗଢିବ । କଂଗ୍ରେସକୁ ୭୦ରୁ ୮୦ ଆସନ ମିଳିବାକୁ ଥିବା ବେଳେ JDSକୁ ୨୦ରୁ ୨୫ ଆସନ ମିଳିବ ବୋଲି ସେ କହିଛନ୍ତି । ବିଜେପିକୁ ୧୧୩ରୁ ଅଧିକ ଆସନ ମିଳିବ ବୋଲି ସେ କହିଛନ୍ତି । ଏପରିକି ବିଜେପି ୧୩୦ ପର୍ଯ୍ୟନ୍ତ ଆସନରେ ବିଜୟ ହେବ ବୋଲି ସେ କହିଛନ୍ତି । ଦେଖନ୍ତୁ ଏହି ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.