ETV Bharat / state

ବିରଳ ମହାଜାଗତିକ ଦୃଶ୍ୟ: ଗୋଟିଏ ଧାଡ଼ିରେ ୬ ଗ୍ରହ, ଏହି ସମୟରେ ଖାଲି ଆଖିରେ ଦେଖିପାରିବେ - PLANET PARADE 2025

୧୭୦ ବର୍ଷ ପରେ ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ, ଗୋଟିଏ ସରଳରେଖା ୬ ଗ୍ରହ, ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

Planet parade 2025
Planet parade 2025 (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 8:14 AM IST

ଭୁବନେଶ୍ୱର: ୧୭୦ ବର୍ଷ ପରେ ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ସରଳରେଖାରେ ରହିଛନ୍ତି ୬ଟି ଯାକ ଗ୍ରହ । ଏମାନଙ୍କ ମଧ୍ୟରୁ ୪ଟି ଗ୍ରହ ଖାଲି ଦୃଶ୍ୟମାନ ହେଉଥିବା ବେଳେ ଆଉ ୨ଟି ଗ୍ରହକୁ ସାଧାରଣ ଟେଲିସ୍କୋପ ମାଧ୍ୟମରେ ଦେଖିହେବ । ତେବେ ଏହି ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗୋଟିଏ ଧାଡ଼ିରେ ୬ ଗ୍ରହ:

Planet parade 2025 (ETV Bharat Odisha)

ସନ୍ଧ୍ୟା ଆକାଶରେ ଏକ ସରଳରେଖାରେ ନଜର ଆସୁଛନ୍ତି ୬ ଗ୍ରହ । ସେହି ଗ୍ରହଗୁଡିକ ହେଲା ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ । ନିଜ କକ୍ଷପଥରେ ଘୂରି ବୁଲୁଥିବା ଏହି ଗ୍ରହଗୁଡ଼ିକ ବର୍ତ୍ତମାନ ଗୋଟିଏ ଧାଡ଼ିରେ ଦେଖାଯାଉଛନ୍ତି । ତେବେ ମହାକାଶରେ ସମସ୍ତ 8ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥାନ୍ତି । ସମସ୍ତ ଗ୍ରହ ପରସ୍ପର ଠାରୁ ଦୂରରେ, କିନ୍ତୁ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ପରିକ୍ରମା କରନ୍ତି । ଏହି ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହର ବେଗ ଓ ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଏପରି ସମୟ ଆସେ ଯେତେବେଳେ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବକୁ ଆସିବା ସହ ପୃଥିବୀରୁ ଏକ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି । କିନ୍ତୁ ବାସ୍ତବରେ ଏମାନେ ପରସ୍ପର ଠାରୁ ବହୁ ଦୂରରେ ରହିଥାନ୍ତି । ଏମିତି ଅନେକ ଦିନ ଗୋଟିଏ ସରଳରେଖାରେ ପରିକ୍ରମା କରିବା ପରେ ସେମାନେ ପୁଣି ପରସ୍ପର ଠାରୁ ଦୂରକୁ ଚାଲିଯାଆନ୍ତି । ତେବେ ଏହାକୁ ଗ୍ରହ ସମାବେଶ (ପ୍ଲାନେଟ ପରେଡ୍) କୁହାଯାଏ ।

Planet parade 2025
Planet parade 2025 (ETV Bharat Odisha)

କେଉଁ ସମୟରେ ଦେଖିପାରିବେ ଏହି ମହାଜାଗତିକ ଦୃଶ୍ୟ:

ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଆପଣ ସୂର୍ଯ୍ୟାସ୍ତ ପରେ ଦେଖିପାରିବେ । ଜାନୁଆରି ୩୧ ପର୍ଯ୍ୟନ୍ତ ସନ୍ଧ୍ୟା ୫.୩୦ରୁ ୭.୩୦ ମଧ୍ୟରେ ଏହା ଦେଖାଯିବ । ତେବେ ଖାଲି ଆଖିରେ ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଗ୍ରହ ଦେଖାଯାଉଥିବା ବେଳେ ଟେଲିସ୍କୋପ୍ ମାଧ୍ୟମରେ ନେପଚୁନ୍ ଏବଂ ୟୁରେନସ୍ ଦୃଶ୍ୟମାନ ହେଉଛନ୍ତି ।

୧୭୦ବର୍ଷ ପରେ ବିରଳ ମହାଜାଗତିକ ଦୃଶ୍ୟ:

Planet parade 2025
Planet parade 2025 (ETV Bharat Odisha)

ଆକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ । ଗୋଟିଏ ଧାଡିରେ ରହିଛନ୍ତି ୬ଟି ଗ୍ରହ । ଏନେଇ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମ୍ମି ପ୍ରଭା ମହାରଣା କହିଛନ୍ତି, "ଦୀର୍ଘ ୧୭୦ ବର୍ଷ ପରେ ଏଭଳି ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ସରଳରେଖାରେ ଏକ ସାଙ୍ଗରେ ୬ଟି ଗ୍ରହ ରହିଛନ୍ତି । ଯାହା ବିରଳ । ପ୍ରତି ବର୍ଷ ଦୁଇରୁ ତିନୋଟି ଗ୍ରହ ଏକ ସାଙ୍ଗରେ ଦେଖାଯାଇଥାନ୍ତି । କିନ୍ତୁ ୬ଟି ଗ୍ରହ ଦେଖାଯିବା ବିରଳ ।"

ଏହାମଧ୍ୟ ପଢନ୍ତୁ...

ଆଜି ଆକାଶରେ ଏକାସାଙ୍ଗରେ ଦିଶିବେ 6ଟି ଗ୍ରହ; କେତେବେଳେ ଦେଖିବେ ଜାଣନ୍ତୁ

ଆଜି ଆକାଶରେ କଳା ଜହ୍ନ ସହ ଦିଶିବ ଅନେକ ଗ୍ରହ; କେତେବେଳେ ଓ କେମିତି ଦେଖିବେ

ପ୍ରାଚୀନ ମଙ୍ଗଳ ଗ୍ରହରେ ଥିଲା ଲୁକ୍କାୟିତ ଜଳ ଭଣ୍ଡାର ଓ ବିରଳ ମ୍ୟାଗମା; ମିଳିଲା ପ୍ରମାଣ

Elon Musk's Mars Dream: ଆଉ ଦୂର ନୁହଁ ମଙ୍ଗଳ ଗ୍ରହ; 2028ରେ ମଣିଷକୁ ପଠାଇବାକୁ ଯୋଜନା କରୁଛନ୍ତି ଏଲନ - Crewed SpaceX Mission to Mars

ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା:

Planet parade 2025
Planet parade 2025 (ETV Bharat Odisha)

ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମବାର ବ୍ୟତୀତ ଅନ୍ୟ ସମସ୍ତ ଦିନରେ ସାଧାରଣ ଲୋକେ ପ୍ଲାନେଟାରିୟମରେ ଏହି ଦୃଶ୍ୟ ଉପଭୋଗ କରିପାରିବେ । ଜାନୁଆରି ୩୧ ପର୍ଯ୍ୟନ୍ତ ସନ୍ଧ୍ୟା ୫.୩୦ରୁ ୭.୩୦ ମଧ୍ୟରେ ଏହା ଦେଖାଯିବ । ଏହି ପ୍ଲାନେଟ ପରେଡ ଦେଖିବାକୁ ୪ଟି ଟେଲିସ୍କୋପର ବ୍ୟବସ୍ଥା କରାଯାଇଛି ।

Planet parade 2025
Planet parade 2025 (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.