ETV Bharat / state

ଅଭିବାଦନରେ କମ୍ପୁଛି ଗାନ୍ଧିମାର୍ଗ, ଏଥର ପରେଡ ଅତିଥି ଝାଡ଼ଖଣ୍ଡ ପୋଲିସ - REPUBLIC DAY PRESENTATION

ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଫୁଲଡ୍ରେସ ରିହର୍ସାଲ ସରିଥିବାବେଳେ ସମୀକ୍ଷା କଲେ ପୋଲିସ ଡିଜି ୱା.ବି ଖୁରାନିଆ ।

State Level Republic Day presentation  Odisha
State Level Republic Day presentation Odisha (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 7:43 AM IST

Updated : Jan 25, 2025, 1:14 PM IST

ଭୁବନେଶ୍ବର: ପରେଡରେ କମ୍ପୁଛି ଗାନ୍ଧି ମାର୍ଗ । ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସଜେଇ ହେଉଛି ରାଜଧାନୀ ଭୁବନେଶ୍ବରର ମହାତ୍ମା ଗାନ୍ଧି ମାର୍ଗ । ଓଡିଶା ପୋଲିସ ଓ ପ୍ରଶାସନର ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହ ପାଇଁ ସରିଛି ଫୁଲଡ୍ରେସ ରିହର୍ସାଲ । ଏଥର ଶୁଭିବ ଢେମସା ବାଦ୍ୟ ଦେଖିବାକୁ ମିଳିବ ଶିବ ତାଣ୍ଡବ ଏବଂ ଓଡ଼ିଶା-ଝାଡ଼ଖଣ୍ଡ ପୋଲିସର ଚିତ୍ତାକର୍ଷକ ପରେଡ୍ । ସେପଟେ ଗୋଟିଏ ଦିନ ପୂର୍ବରୁ ପୋଲିସ ଡିଜି ୱା.ବି ଖୁରାନିଆ ପହଞ୍ଚି ପରେଡ ରିହଲସଲ ଓ ଆୟୋଜନର ତଦାରଖ କରିଛନ୍ତି ।

REPUBLIC DAY PRESENTATION (ETV Bharat Odisha)

ଏପରି କହିଲେ ଭୁବନେଶ୍ୱର ଡିସିପି :
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,"ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଉଛି । ଏନେଇ ପୋଲିସ ଡିଜିପି ଏହାର ତଦାରଖ କରିଛନ୍ତି । ବିଶେଷ କରି କିପରି ପରେଡ ଚିତ୍ତାକର୍ଷକ ହେବ ସେନେଇ ବିଭିନ୍ନ ଦିଗକୁ ନେଇ ମଧ୍ୟ ନିଜର ମତାମତ ରଖିଛନ୍ତି । ଏହା ସହିତ ଯେହେତୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ, ସେନେଇ ରାଜ୍ୟପାଳ ମଧ୍ୟ ଯୋଗଦେବାର କାର୍ଯକ୍ରମ ରହିଛି । ଭିଭିଆଇପିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ସୁପରିଚାଳନା ବ୍ୟବସ୍ଥା କରାଯାଇଛି । ଏହା ସହ ସନ୍ଦିଗ୍ଧ ଗତିବିଧି ଉପରେ ମଧ୍ୟ କଡ଼ା ନଜର ସହ ବାରମ୍ବାର ସେହଦିଗରେ ମଧ୍ୟ ତର୍ଜମା କରାଯାଉଛି ।"

State Level Republic Day presentation  Odisha
State Level Republic Day presentation Odisha (ETV Bharat Odisha)

ଏଥର ଅତିଥି ଝାଡ଼ଖଣ୍ଡ ପୋଲିସ:

ଚଳିତ ବର୍ଷ ପରେଡରେ 43ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ସବୁ ବର୍ଷ ପରି ପଡୋଶୀ ରାଜ୍ୟର ଝାଡଖଣ୍ଡ ପୋଲିସ ଅତିଥି ଭାବେ ପରେଡରେ ସାମିଲ ହେବ । ସମନ୍ୱୟ ରକ୍ଷା ପାଇଁ ସବୁ ବର୍ଷ ପଡୋଶୀ ରାଜ୍ୟ ପୋଲିସ ଅଂଶଗ୍ରହଣ କରିଥାନ୍ତି । ସେହିପରି କେନ୍ଦ୍ରୀୟ ଫୋର୍ସ 120 ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ସହ ରାଜ୍ୟର ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଓଆଇଏସଫ,ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏପି , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଅନେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ମହର୍ଷି ଡେୟାର ଡେଭିଲସର ସ୍ବତନ୍ତ୍ର ଟିମ ମଧ୍ୟ ଭାଗନେବେ ।

ଜମିବ ଢେମସା ସହ ଶିବ ତାଣ୍ଡବ :
ସେହିପରି ବିଭିନ୍ନ ବିଭାଗର ୧୨ଟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବା ସହ ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ନୃତ୍ୟ ପ୍ରଦର୍ଶନ ହେବ । ଆକର୍ଷଣସାଜିବ ଓଡିଶା ସେକଟିଂ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ ନାଚ , ରାୟଗଡାର ଢେମସା ସହ କେନ୍ଦୁଝରର ଆଦିବାସୀ ନୃତ୍ୟ ଏବଂ ଘୋଡ଼ନାଚ ମଧ୍ୟ ପ୍ରଦର୍ଶନ ହେବ ।

ଏଥର ପରେଡ କମାଣ୍ଡର ଯୁବ IPS:
ଚଳିତବର୍ଷ ପରେଡ଼ର ନେତୃତ୍ୱ ନେବେ ଯୁବ IPS ଭୋସଲେ ଶୁଭମ ସଞ୍ଜୟ । ଏହି ଯୁବ ଆଇପିଏସଙ୍କ କମାଣ୍ଡରେ ପରିଚାଳିତ ହେବ ପରେଡ । ସମ୍ବଲପୁର ଅତିରିକ୍ତ ଏସପି ଭାବେ ଏବେ ଟ୍ରେନିଂରେ ଅଛନ୍ତି ।ସକାଳ 8ଟା 27 ମିନିଟ ସମୟରେ ରାଜ୍ୟପାଳ ପରେଡ ସ୍ଥଳରେ ପହଞ୍ଚିବେ । ପରେ ପତାକା ଉତ୍ତୋଳନ କରିବେ । ପରେ ଗୋଟିଏ‌ ପରେ ଗୋଟିଏ ପରେଡ କମାଣ୍ଡରଙ୍କ କମାଣ୍ଡରେ ପରେଡ ପରିବେଷଣ ସହ ବିଭିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।

ଏହା ମଧ୍ୟ ପଢନ୍ତୁ...୩୨ ହଜାର କୋଟିର ୮ ପ୍ରକଳ୍ପକୁ ମଞ୍ଜୁରୀ, ଓଡ଼ିଶାରେ ୧୮ ହଜାର ନିଯୁକ୍ତି ସମ୍ଭାବନା - CM MOHAN MAJHI MEETING

ଏହା ମଧ୍ୟ ପଢନ୍ତୁ...ଉତ୍କର୍ଷ ଓଡିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପ୍ରସ୍ତୁତି ଜୋରଦାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା - MAKE IN ODISHA CONCLAVE 2025

ଏହା ମଧ୍ୟ ପଢନ୍ତୁ...ଲୋକାଭିମୁଖୀ ହେବ ଲୋକଙ୍କ ବଜେଟ, ବଢିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ - PRE BUDGET MEETING

ଟ୍ରାଫିକ କଟକଣା :
ପରେଡ ସ୍ଥଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତା ଯେପରିକି ବିଧାନସଭା ସାମ୍ନା ଟ୍ରାଫିକ ଠାରୁ ଆରମ୍ଭ କରି ଏଜି ପର୍ଯ୍ୟନ୍ତ ଏବଂ ମାଷ୍ଟର କ୍ୟାଣ୍ଟିନ ଛକ ସବୁ ରାସ୍ତା ବନ୍ଦ ରହିବ । ୨୬ ତାରିଖ ସକାଳ ୬ଟା ୩୦ ମିନିଟରୁ ଦିନ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ । ପରେଡ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ରାମମନ୍ଦିର ଛକ ଠାରୁ ରାଜମହଳ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ । ସେହିପରି ମହାତ୍ମାଗାନ୍ଧୀ ମାର୍ଗ ଦେଇ ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ପିଏମଜି ଛକ ମଧ୍ୟରେ କୌଣସି ପ୍ରକାରର ଯାନବାହାନ ଚଳାଚଳ କରିପାରିବେ ନାହିଁ । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଯାଉଥିବା ଗାଡି ଗୁଡିକ କେଶରୀ ଟକିଜ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ ।

ସୁରକ୍ଷାରେ ସିସିଟିଭି ଓ ରୁଫଟପ ପୋଲିସ:

ସୁରକ୍ଷା ପାଇଁ ପରେଡ଼ ଗ୍ରାଉଣ୍ଡ ଅଞ୍ଚଳରେ 14 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସିସିଟିଭି ବଳୟରେ ରହିବ ପରେଡ଼ ଗ୍ରାଉଣ୍ଡ । ବଛା ବଛା ପୋଲିସ ଅଫିସର ସୁରକ୍ଷା ଦ୍ୱାୟିତ୍ବରେ ରହିବେ । ସାଧା ପୋଷାକ ଧାରୀ ପୋଲିସ ରୁଫଟଫ୍ ସିକ୍ୟୁରିଟି ,ଡଗ ସ୍କ୍ୱାଡ଼୍, ବମ ସ୍କ୍ୱାଡ଼ ଓ ଟ୍ରାଫିକ ଏବଂ ପାର୍କିଂ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2025, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.