G-20: ପ୍ରାଞ୍ଜଳ ହିନ୍ଦୀ କହିଲେ ବିଦେଶୀ ଅତିଥି, ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - ମାର୍ଗରେଟ ମ୍ୟାକଲିୟୋଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/08-09-2023/640-480-19462559-thumbnail-16x9-margret.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 8, 2023, 8:05 PM IST
ନୂଆଦିଲ୍ଲୀ: ଆସନ୍ତାକାଲି (ସେପ୍ଟେମ୍ବର ୯)ଠାରୁ ୨ ଦିନ ଧରି ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏଥିରେ ଅନେକ ନେତା ଯୋଗଦେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚିଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ଭାରତର କଳା, ସଂସ୍କୃତି, ଐତିହ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛି ଦେଶ । ଏହାରି ମଧ୍ୟରେ ଏକ ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମାର୍ଗରେଟ ମ୍ୟାକଲିୟୋଡ ହିନ୍ଦୀ ଭାଷାରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ଭୂୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ବିଦେଶିନୀ ହୋଇ ଭାରତୀୟ ଭାଷାକୁ ଶିଖି ଏପରି ଉତ୍ତର ଦେବା ପ୍ରତିଟି ଭାରତୀୟଙ୍କୁ ଆନନ୍ଦିତ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ମାର୍ଗରେଟ ବିକଶିତ ଅର୍ଥ୍ୟବ୍ୟବସ୍ଥାକୁ ନେଇ ଏହି ସମ୍ମିଳନୀରେ ମତ ରଖିବେ ବୋଲି ହିନ୍ଦୀ ଭାଷାରେ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ