UP Encounter: ଶୁଣନ୍ତୁ କଣ କହିଲେ ଓଓ୍ବେସୀ
🎬 Watch Now: Feature Video
ହାଇଦ୍ରାବାଦ: ଉତ୍ତର ପ୍ରଦେଶ ଝାନ୍ସିରେ ମାଫିଆ-ରାଜନେତା ଅତିକ ଅହମ୍ମଦର ପୁଅ ଓ ତାର ସହଯୋଗୀକୁ ପୋଲିସ ଏନକାଉଣ୍ଟର କରିଛି । ଏହାକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇସାରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଥମେ ଫେକ୍ ଏନକାଉଣ୍ଟର କହିବା ପରେ ସର୍ବଦା ମୁସଲମାନଙ୍କ ପ୍ରସଙ୍ଗ ଉଠାଇ ବିଜେପି ଉପରେ ଟାର୍ଗେଟ କରୁଥିବା AIMIM ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି । ବିଜେପି ଧର୍ମନାମରେ ଗଣତନ୍ତ୍ରର ହତ୍ୟା କରୁଛି । ଏନକାଉଣ୍ଟରରେ ଯଦି ଶାସ୍ତି ଦିଆଯିବ ତେବେ କୋର୍ଟ କାହିଁକି ଅଛି ବୋଲି ଏକ ଉତ୍ତେଜିତ ଭିଡିଓରେ କରୁଛନ୍ତି ଓଓ୍ବେସୀ । ଏପଟେ ପୁଅ ପାଇଁ ଶ୍ରଦ୍ଧାଞ୍ଜଳି କହିଲେ ଉମେଶ ପାଲଙ୍କ ମା’ ଏବଂ ଯୋଗୀଙ୍କୁ ଧନ୍ୟବାଦ ଦେଲେ ପତ୍ନୀ । ତେବେ ଶୁଣନ୍ତୁ ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଣ କହୁଛନ୍ତି, ଅସଦୁଦ୍ଦିନ ଓଓ୍ବେସୀ ।