ଗାଈ ଗୋବରରେ ନନ୍ଦିଘୋଷ ରଥ ! ଚିତ୍ର ଆଙ୍କି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ - nandighosh chariot art
🎬 Watch Now: Feature Video
ଯାଜପୁର: ନିଆରା ଢଙ୍ଗରେ ଗାଈ ଗୋବରରେ ଅତି କ୍ଷୁଦ୍ର ନନ୍ଦିଘୋଷଙ୍କ ରଥ ଚିତ୍ର କରି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ l ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା l ମହାପ୍ରଭୁ ଜଗନ୍ନାଥଙ୍କ ଏହି ବାହୁଡ଼ାଯାତ୍ରା ପାଇଁ ସାରା ରାଜ୍ୟର ପୁର ପଲ୍ଲୀରେ ଉତ୍ସବ ମୁଖର ରହିଛି l ତେବେ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁ ଜଗନ୍ନାଥ ରଥରେ ବସି ନିଜ ମାଉସୀ ଘରୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି l
ସେପଟେ ଆଜିର ଏହି ଉତ୍ସବକୁ ଅତି ନିଆରା ଢଙ୍ଗରେ ପାଳନ କରିଛନ୍ତି ଯାଜପୁର ଜିଲ୍ଲା ନାଥସାହି ଗାଁର ବାଲୁକା ଶିଳ୍ପୀ ରାକେଶ କୁମାର ପାତ୍ର l ଆଜି ରାକେଶ ଗାଈର ଗୋବରରେ ଅତି ନିଖୁଣ ଭାବେ କ୍ଷୁଦ୍ର ନନ୍ଦିଘୋଷ ରଥ ଚିତ୍ର କରିଛନ୍ତି l ତେବେ ରାକେଶଙ୍କୁ ଏହି ଚିତ୍ର କରିବାକୁ ଦୀର୍ଘ 5 ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି l ରାକେଶଙ୍କର ଏହି କ୍ଷୁଦ୍ର ଚିତ୍ରକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି।
ଇଟିଭି ଭାରତ, ଯାଜପୁର