thumbnail

By ETV Bharat Odisha Team

Published : Sep 27, 2023, 7:00 AM IST

ETV Bharat / Videos

ତାଳଚେର ଗଣେଷ ପୂଜାରେ ନିଜର ସହପାଠୀ ଓ ବନ୍ଧୁ ଦେଖି କେନ୍ଦ୍ରମନ୍ତ୍ରୀ ଆତ୍ମବିଭୋର

ଅନୁଗୋଳ: ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଅନୁଗୋଳ । ଗଜାନନଙ୍କ ପୂଜା ଉତ୍ସବ ପାଇଁ ଉତ୍ସବ ମୁଖର ତାଳଚେର ସହର । ଏହା ତାଳଚେର ଗଣପର୍ବ ହୋଇଥିବା ବେଳେ ଜିଲ୍ଲା ଗସ୍ତରେ ଥିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । ପ୍ରତି ପୂଜା ପେଣ୍ଡାଲରେ କେନ୍ଦ୍ରମନ୍ତ୍ରୀଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ । ଗଣେଶଙ୍କ ପ୍ରତିମୂର୍ତ୍ତି ଦର୍ଶନ କରି ଖୁସି ବ୍ୟକ୍ତ କରିବା ସହ ପ୍ରଭୁ ଗଜାନନଙ୍କ ନିକଟରେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମନ୍ତ୍ରୀ । 

ଦୁଇ ଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗ୍ରସ୍ତ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତାଳଚେରର ଗଣେଶ ପୂଜାରେ ନିଜକୁ ସାମିଲ କରିଥିଲେ । ହାଟ ତୋଟାଠାରୁ ବଡ଼ଦାଣ୍ଡ ସାହି ପର୍ଯ୍ୟନ୍ତ ଯେତେ ସବୁ ପୂଜା ମଣ୍ଡପ ହୋଇଛି ସେ ସବୁକୁ ବୁଲି ଦେଖିଥିଲେ ମନ୍ତ୍ରୀ । ଏହି ଅବସରରେ ନିଜର ପୁରୁଣା ବନ୍ଧୁ ଓ ଆତ୍ମୀୟଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ପାଖରୁ ପାଇ ବେଶ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରିୟ ପୂଜା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ପ୍ରସ୍ତୁତ ହୋଇଥିବା ସ୍ମରଣିକାକୁ ମଧ୍ୟ ଉନ୍ମୋଚିନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ..ଗଣେଶ ପୂଜାରେ ଝଲସୁଛି ପୁରୀ: ବଡଦାଣ୍ଡରେ ତୋରଣ ପ୍ରତିଯୋଗିତା, ପେଣ୍ଠକଟାରେ 25ଫୁଟର ମୂର୍ତ୍ତି

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.