ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଡବଲ ଇଞ୍ଜିନ ପ୍ରସଙ୍ଗରେ ପୁଣି ପ୍ରହାର

By

Published : May 18, 2023, 5:45 PM IST

thumbnail

ପୁରୀ: କିଛି ଲୋକ କହୁଛନ୍ତି ଡବଲ ଇଞ୍ଜିନ ଚାଲିବନି । ହେଲେ ବନ୍ଦେ ଭାରତ ଏକ୍ସପ୍ରେସ ହିଁ ଡବଲ ଇଞ୍ଜିନ । ଡବଲ ଇଞ୍ଜିନ କହିଲେ ବାଧୁଛି କାହିଁକି ବୋଲି ଆଜି ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ସମୟରେ ନିଜ ଅଭିଭାଷଣରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରି କହି ରାଜ୍ୟ ସରକାରଙ୍କୁ କାଉଣ୍ଟର ଆଟାକ କରିଛନ୍ତି ଧର୍ମେନ୍ଦ୍ର । ଝାରସୁଗୁଡ଼ାରେ ବିଜେଡି ବିଜୟ ସହିତ କର୍ଣ୍ଣାଟକରେ ବିଜେପିର ହାର ପରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ନବୀନ । ବିଜୟ ଉତ୍ସବରେ ବିରୋଧୀ ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ ଯେ ଡବଲ ଇଞ୍ଜିନ ନୁହେଁ, ଲୋକାଭିମୁଖୀ ସରକାର ଗୁରୁତ୍ବପୂର୍ଣ୍ଣ । ଏହାପରେ ଗତକାଲି ଧର୍ମେନ୍ଦ୍ର ମଧ୍ୟ ଓଡ଼ିଶା ସରକାରଙ୍କୁ ଫାଳେ ଇଞ୍ଜିନର ସରକାର କହିଥିଲେ । ଏହାସହ ଓଡ଼ିଶା ସରକାରଙ୍କ ଦ୍ବାରା ଡବଲ ଇଞ୍ଜିନ ହୋଇପାରିବ ନାହିଁ ବୋଲି ମଧ୍ୟ କହିଥିଲେ । ଏହାପରେ ପୁଣି ସେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  

ଏହା ବି ପଢନ୍ତୁ- କେନ୍ଦ୍ରକୁ ନବୀନ ବାଣ: ଡବଲ ଇଞ୍ଜିନ ନୁହେଁ, ଲୋକାଭିମୁଖୀ ସରକାର ଗୁରୁତ୍ବପୂର୍ଣ୍ଣ

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.