PABSEC ବୈଠକ, ଋଷ ପ୍ରତିନିଧିଙ୍କୁ ମୁଥ ମାରିଲେ ୟୁକ୍ରେନ ସାସଂଦ - ଋଷିଆ ୟୁକ୍ରେନ
🎬 Watch Now: Feature Video
ଅଙ୍କରା: ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଋଷର ଆକ୍ରମଣରେ ୟୁକ୍ରେନରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଜଣେ ଋଷୀୟ ପ୍ରତିନିଧିଙ୍କୁ ୟୁକ୍ରେନ ସାଂସଦ ମୁଥ ମାରିବା ସହ ଧକ୍କା ଦେଉଥିବା ଭିଡିଓ ସାମ୍ନାକୁ ଆସିଛି ।
ସୂଚନାଅନୁସାରେ, ଗୁରୁବାର ତୁର୍କୀର ରାଜଧାନୀ ଅଙ୍କରାରେ ୬୧ତମ ବ୍ଲାକ ସି ଇକୋନୋମିକ କର୍ପୋରେସନର ବୈଠକ ଅନୁଷ୍ଠିତ ହୋଇଥିଲା । ସାମାଜିକ, ଆର୍ଥିକ ଏବଂ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ପାଇଁ ଆୟୋଜିତ କରାଯାଇଥିବା ବୈଠକରେ ଅନେକ ଦେଶ ସାମିଲ ହୋଇଥିଲେ । ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଦେଇଛି ଯେ, ୟୁକ୍ରେନ ସାଂସଦ ମାରିକୋଭକ୍ସି ନିଜ ଦେଶର ପତାକା ଧରି ଫଟୋ ଉଠାଉଥିଲେ । ଏହି ସମୟରେ ଋଷର ଜଣେ ପ୍ରତିନିଧି ତାଙ୍କ ପାଖକୁ ଯିବା ସହ ପତାକା ଛଡେଇ ନେଇଥିଲେ । ଏଥିରେ ୟୁକ୍ରେନ ସାଂସଦ ରାଗିଯାଇ ତାଙ୍କୁ ଧକ୍କା ଦେବା ସହ ମୁଥ ମାରିଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।