Watch: ଅକ୍ଷରଧାମ ମନ୍ଦିରରେ ପତ୍ନୀଙ୍କ ସହ ଆଳତୀ କଲେ ଋଷି ସୁନକ
🎬 Watch Now: Feature Video
Published : Sep 10, 2023, 11:31 AM IST
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ସକାଳେ ରାଜଧାନୀ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ଝିପ୍ଝିପ୍ ବର୍ଷାରେ ସକାଳୁ ସକାଳୁ ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ମନ୍ଦିରରେ ପହଞ୍ଚି ସ୍ବାମୀ ନାରାୟଣଙ୍କ ଦର୍ଶନ କରିଥିଲେ । ଦୁହେଁ ପ୍ରଭୁଙ୍କୁ ଜଳାଭିଷେକ କରିବା ସହିତ ଆଳତୀ ଓ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପୂଜକ ତାଙ୍କୁ ମନ୍ଦିରର ଚତୁଃପାର୍ଶ୍ବରେ ବୁଲାଇ ଦେଖାଇଥିଲେ । ଅକ୍ଷରଧାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ସୁନକ ପାଖାପାଖି ୧ ଘଣ୍ଟା ବିତାଇଥିବା ସୂଚନା ମିଳିଛି । ଏହାପରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଘାଟ ଅଭିମୁଖେ ବାହାରି ଯାଇଥିଲେ । ତାଙ୍କର ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଖାଲି ପାଦରେ ଚାଲି ଚାଲି ମନ୍ଦିର ଭିତରକୁ ଯାଇଥିବା ପୂଜକ କହିଛନ୍ତି । ଦେଖନ୍ତୁ ସେହି ସମୟର ଦୃଶ୍ୟ...