Watch: ଉଜ୍ଜୟିନୀ ବାବା ମହାକାଳଙ୍କୁ ରୂପା ମୁକୁଟ ଦାନ କଲେ ଭକ୍ତ

By ETV Bharat Odisha Team

Published : Sep 24, 2023, 9:54 AM IST

thumbnail

ଭୋପାଳ: ପ୍ରତିଦିନ ଉଜ୍ଜୟିନୀ ବାବା ମହାକାଳଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରବଳ ଗହଳି ଲାଗିଥାଏ । ଶ୍ରଦ୍ଧାଳୁମାନେ ମହାକାଳଙ୍କ ଆଳତୀ ପାଇଁ ରୂପା ଅଳଙ୍କାର ଦାନ କରିଥାଆନ୍ତି । ଏହାରି ମଧ୍ୟରେ ବାବା ମହାକାଳଙ୍କୁ ରୂପା ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ମହାରାଷ୍ଟ୍ରର ଗଦାଲି ଗୋରି ଗାଁରୁ ବାବା ମହାକାଳଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତ ହର୍ଷଲ ମୁକ୍ତେଶ୍ୱର ସିଂବାର ଏହି ରୂପା ମୁକୁଟ ଦାନ କରିଛନ୍ତି । ଯାହା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା । ଏହି ମୁକୁଟଟିର ଓଜନ ୨ କିଲୋ ୩୦୦ ଗ୍ରାମ । ଏହାକୁ  ଭକ୍ତ ହର୍ଷଲ ମନ୍ଦିରର ସହକାରୀ ପ୍ରଶାସକ ମୁଲଚାନ୍ଦ ଜୁନୱାଲଙ୍କୁ ପ୍ରଦାନ କରିଥଲେ । ଏହି ମୁକୁଟକୁ ସନ୍ଧ୍ୟା ଆଳତୀ ସମୟରେ ବାବା ମହାକାଳଙ୍କୁ ଧାରଣ କରାଯାଇଥିଲା । ଯାହା ଅତ୍ୟନ୍ତ ଚମତ୍କାର ଦେଖାଯାଉଥିଲା । ଏନେଇ ମନ୍ଦିର ପ୍ରଶାସକ ସନ୍ଦୀପ କୁମାର ସୋନି କହିଛନ୍ତି ଯେ, "ମହାକାଳେଶ୍ବର ମନ୍ଦିରର ସମସ୍ତ ବ୍ୟବସ୍ଥା କେବଳ ଦାନ ମାଧ୍ୟମରେ ପରିଚାଳିତ ହେଉଛି । ଏନେଇ  ଭକ୍ତମାନେ ମଧ୍ୟ ମନ୍ଦିର ଅଧିକାରୀ, ପୁରୋହିତ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ କର୍ମଚାରୀଙ୍କ ମାଧ୍ୟମରେ ମନ୍ଦିରକୁ ଦାନ କରିବାକୁ ଉତ୍ସାହିତ ହୁଅନ୍ତି ।"

ଏହା ମଧ୍ୟ ପଢନ୍ତୁ- ଉଜ୍ଜୟିନୀ ବାବା ମହାକାଳଙ୍କ ଦର୍ଶନ କଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.