Watch: ଚଳଚଞ୍ଚଳ ଲେକ୍ ସିଟି ଉଦୟପୁର, ଜମିଲା ପର୍ଯ୍ୟଟକଙ୍କ ଭିଡ଼ - ଉଦୟପୁରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼
🎬 Watch Now: Feature Video
Published : Nov 17, 2023, 11:04 PM IST
ଜୟପୁର: ହ୍ରଦର ସହର ତଥା ଲେକ୍ ସିଟି ଉଦୟପୁର ହୋଇଉଠିଛି ଚଳଚଞ୍ଚଳ । ବର୍ଷ ସରି ସରି ଆସୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଉଦୟପୁରର ମନଲୋଭା ଦୃଶ୍ୟ ଦେଖିବା ଲାଗି ଦେଶ ତଥା ଦେଶ ବାହାରୁ ଜମିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଏହି ଐତିହାସିକ ସହରର ପରମ୍ପରା ମଧ୍ୟ ବେଶ ପ୍ରସିଦ୍ଧ । ଶୀତର ସ୍ପର୍ଶରେ ପାହାଡ଼ ଓ ସୁନ୍ଦର ହ୍ରଦ ଘେରା ଏହି ସହରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ସେପଟେ ବିଭିନ୍ନ ଅଞ୍ଚଳରୁ ଉଦୟପୁରକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିବା ପରେ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ତେବେ ବର୍ଷ ସାରା ଏହି ସହରକୁ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗି ରହୁଥିବା ବେଳେ ବିଶେଷ ଭାବରେ ଶୀତ ଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ପର୍ଯ୍ୟଟକମାନେ ପାରମ୍ପରିକ ବେଶଭୂଷା ସହିତ ଆଞ୍ଚଳିକ ଖାଦ୍ୟର ମଜା ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହା ବି ଦେଖନ୍ତୁ- ମହାରାଜାଙ୍କ ନାଁରେ ଏସିଆର ଦ୍ବିତୀୟ ସର୍ବବୃହତ ହ୍ରଦ