ବିଚ୍ ରାସ୍ତାରେ ହଙ୍ଗାମା, ସ୍ୱାମୀଙ୍କ ପାଇଁ ଦାବିଦାର ବାହାରିଲେ ଦୁଇ ପତ୍ନୀ - ବିଚ୍ ରାସ୍ତାରେ ଦୁଇ ସ୍ତ୍ରୀଙ୍କ ଗଣ୍ଡଗୋଳ
🎬 Watch Now: Feature Video
ରାଞ୍ଚି: "ଗୋଟିଏ ଫୁଲ ଓ ଦୁଇଟି ମାଳି" ଏମିତି ଲୋକ କଥା ଆପଣ ଶୁଣିଥିବେ ନିଶ୍ଚୟ । ହେଲେ "ଗୋଟିଏ ମାଳି ଆଉ ଦୁଇଟି ଫୁଲ" ଏମିତି ହୁଏତ କେବେ ଶୁଣିନଥିବେ। ତେବେ ଜଣେ ଯୁବକଙ୍କୁ ନିଜର ସ୍ବାମୀ ବୋଲି ଦାବି କରିଛନ୍ତି ଦୁଇ ଜଣ ମହିଳା। ଏହି କଥାକୁ ନେଇ ବିଚ୍ ରାସ୍ତା ଉପରେ କଥା କଟାକଟି ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଦେଖିବାକୁ ମିଳିଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଝାଡଖଣ୍ଡର କୋଡରମା ଅଞ୍ଚଳରୁ। ଯୁବକ ଜଣକ ହେଉଛନ୍ତି ସନ୍ଦୀପ ରାମ। ସନ୍ଦୀପ ମୁମ୍ବାଇର ଏକ ହୋଟେଲରେ କାର୍ଯ୍ୟ କରୁଥିବା ଜଣାପଡିଛି।
ସନ୍ଦୀପଙ୍କୁ ନେଇ ହଙ୍ଗାମା ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟ ମହିଳାଙ୍କ ସମେତ ଯୁବକଙ୍କ ବାପାଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ। ତେବେ 2015ରେ ସନ୍ଦୀପ ଡୋମଚାଞ୍ଚ ଅଞ୍ଚଳର ଗୁଡିୟା ଦେବୀଙ୍କ ସହ ପ୍ରେମ ବିବାହ କରିଥିଲେ। ପରିବାରର ନିଷ୍ପତ୍ତି ବିରୁଦ୍ଧରେ ଯାଇ ବିବାହ କରିଥିଲେ ସୁଦ୍ଧା ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ହସଖୁସିରେ ଚାଲିଥିଲା ବୋଲି ପ୍ରକାଶ କରିଛନ୍ତି ପ୍ରଥମ ପତ୍ନୀ ଗୁଡିୟା ଦେବୀ।
ହେଲେ ପରବର୍ତ୍ତୀ ସମୟରେ ଛତିଶଗଡର ପୂଜା ନାମକ ଜଣେ ମହିଳାଙ୍କ ସହ ସନ୍ଦୀପଙ୍କର ସମ୍ପର୍କ ରହିଥିବା ଜାଣିବାକୁ ପାଇଥିଲେ ପ୍ରଥମ ପତ୍ନୀ। ଆଉ ସେହି ସମୟରେ ସନ୍ଦୀପ ଏସବୁକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗତ 3ଦିନ ତଳେ ମୁମ୍ବାଇରୁ ପୂଜାଙ୍କୁ ସାଙ୍ଗରେ ନେଇ ଆସିଥିଲେ ସନ୍ଦୀପ। ଯାହା ପରେ ଆରମ୍ଭ ହୋଇଥିଲା ହଙ୍ଗାମା। ଅପରପକ୍ଷେ ସଂପୃକ୍ତ 3 ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରିଥିବା ଜଣାପଡିଛି।