ଏମିତି ବି ଆସେ ମୃତ୍ୟୁ ! ଠିଆ ହୋଇଥିଲେ ଉପରେ ଭାଙ୍ଗି ପଡିଲା କୋଠା, 2 ମୃତ

By

Published : Jun 25, 2023, 8:47 PM IST

thumbnail

ମୁମ୍ବାଇ: ତଳେ ଠିଆ ହୋଇଥିଲେ, ହେଲେ ଉପରେ ଛକି ବସିଥିଲା ଯମ । ଅଶୁଭ ବେଳା ଆସିବା ମାତ୍ରେ ଭାଙ୍ଗିଲା 2 ମହଲା ବିଶିଷ୍ଟ କୋଠା । କୋଠାର କିଛି ଭଗ୍ନାବଶେଷ ତଳେ ପଡିବା ଫଳରେ ସେଠାରେ ଉପସ୍ଥିତ ଥିବା 2 ଜଣ ବୟସ୍କ ବ୍ୟକ୍ତିଙ୍କ ଘଟିଛି ମୃତ୍ୟୁ । ମହାରାଷ୍ଟ୍ର ମୁମ୍ବାଇ ଭିଲେପାର୍ଲେ ନିକଟରେ ଘଟିଛି ଏପରି ଘଟଣା । ଏହି ଦୁର୍ଘଟଣାରେ 2 ଜଣ ବୟସ୍କ ବ୍ୟକ୍ତିଙ୍କ ଅକାଳରେ ପ୍ରାଣହାନି ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ଏହି ଗୁରୁତରଙ୍କୁ ଚିକିତ୍ସା ଲାଗି କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଠାର ଭଗ୍ନାବଶେଷ ତଳେ ମୋଟ 5ଜଣ ଫସି ଯାଇଥିଲେ । କୁପର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଏବେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ମୁମ୍ବାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛି । ଅନ୍ୟପଟେ ମୁମ୍ବାଇରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ବର୍ଷା ପାଣି ଖାଇ ଏହି କୋଠା ଭାଙ୍ଗିପଡ଼ିଥିବା ସନ୍ଦେହ କରାଯାଉଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.