ଖେଳୁଖେଳୁ ବୁଡିଗଲେ: ଭାଇଭଉଣୀଙ୍କ ଶଲୀଳ ସମାଧି

By

Published : May 19, 2023, 5:19 PM IST

thumbnail

କୋରାପୁଟ: ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଦୁଇ ପିଲାଙ୍କ ମୃତ୍ୟୁ ।  ପିପଳପୁଟ ଗ୍ରାମର ପୋଖରୀରେ ଜୀନୁ ବଡ଼ନାୟକଙ୍କ 5 ବର୍ଷର ପୁଅ ଯୋଗେଶ ଏବଂ 10 ବର୍ଷର ଝିଅ ସନ୍ତୋଷୀ ପୋଖରୀରେ ବୁଡି ମୃତ୍ଯୁବରଣ କରିଛନ୍ତି । ଗାଁ ନିକଟବର୍ତ୍ତୀ ନିଜ ବିଲରେ ଜୀନୁ କାମ କରିବାକୁ ଯାଇଥିବା ବେଳେ ବାପାଙ୍କ ସହିତ ସେଠାକୁ ଭାଇ ଭଉଣୀ ମଧ୍ୟ ଯାଇଥିଲେ । ଜୀନୁ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ତାଙ୍କ ଅଜାଣତରେ ଦୁଇ ଭାଇ ଭଉଣୀ ଖେଳୁ ଖେଳୁ ନିକଟରେ ଥିବା ପୋଖରୀ ଆଡକୁ ଚାଲିଯାଇଥିଲେ । କିଛି ସମୟ ପରେ ପୁଅ ଓ ଝିଅକୁ ପାଖରେ ନପାଇ ଜୀନୁ ଦୁଇଜଣଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ଅନେକ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା । ପରେ ସ୍ଥାନୀୟ ଲୋକମାନେ ପୋଖରୀରେ ଦୁଇ ଭାଇ ଭଉଣୀଙ୍କ ନିସ୍ତେଜ ଶରୀର ଭାସୁଥିବା ଦେଖି ସେମାନଙ୍କୁ ବାହାରକୁ ବାହାର କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁଇ ନିଷ୍ପାପ କୋମଳମତିଙ୍କ ଏପରି ଏକ ଅଭାବନୀୟ ସ୍ଥିତିରେ ମୃତ୍ୟୁ ଘଟିବା ପରେ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ଇଟିଭି ଭରତ, କୋରାପୁଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.