thumbnail

Diwali 2023: ବସ୍ତି ପିଲାଙ୍କ ଦୀପାବଳି ସେଲିବ୍ରେସନ କଲା ପୋଲିସ, କମିଶନର ବାଣ୍ଟିଲେ ମିଠା

By ETV Bharat Odisha Team

Published : Nov 12, 2023, 10:43 PM IST

ଭୁବନେଶ୍ବର: ବସ୍ତି ପିଲାଙ୍କ ମୁହଁରେ ହସ ଭରିଲା ପୋଲିସ । ପିଲାଙ୍କ ସହ ମିଶି ଦୀପାବଳି ପାଳିଲା କମିଶନରେଟ ପୋଲିସ । ଭୁବନେଶ୍ବର ସ୍ଥିତ ହଳଦିପଡିଆ ବସ୍ତିରେ ବସ୍ତିବାସିନ୍ଦାଙ୍କ ସହ ମିଶି ଦୀପାବଳି ଉତ୍ସବ ପାଳନ କରିଛି ଟ୍ବିନସିଟି ପୋଲିସ । ବସ୍ତି ବାସିନ୍ଦାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ସହ ବାଣ ଫୁଟାଇ ହସଖୁସିର ମାହୋଲରେ ଆଲୋକର ପର୍ବକୁ ପାଳନ କରିଛନ୍ତି । ପୋଲିସ କମିଶନରଙ୍କ ସହ ଭୁବନେଶ୍ୱର ଡିସିପି ମଧ୍ୟ ଯୋଡ଼ି ହୋଇଥିଲେ । ଏହା ଦ୍ବାରା ପୋଲିସ ଓ ପବ୍ଲିକ ମଧ୍ୟରେ ଥିବା ସମ୍ପର୍କ ଆହୁରି ନିବିଡ଼ ହୋଇଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ..ବାଣ ନୁହେଁ ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ, ବ୍ରହ୍ମପୁର ଜରାଶ୍ରମରେ ଦୀପାବଳି ପାଳନ

ତେବେ ଗୋଟିଏ ସମୟରେ ଅପରାଧର ପୃଷ୍ଠଭୂମି ଭାବେ ହଳଦିପଡିଆ ଚର୍ଚ୍ଚିତ ଥିବା ବେଳେ ସେଠି ପୋଲିସ ଲୋକଙ୍କ ସହ ଯୋଡ଼ି ହୋଇ ଲୋକଙ୍କ ମଧ୍ୟରେ ଉତ୍ସବ ପାଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.