ସ୍ବାଭାବିକ ରହିବ ଟ୍ରକ ବସ୍ ଚଳାଚଳ! ଧର୍ମଘଟକୁ ସମର୍ଥନ ଦେଲାନି ମାଲିକ ସଂଘ - owners association
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/07-01-2024/640-480-20453338-thumbnail-16x9-cdd.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 7, 2024, 9:33 PM IST
Truck owners association refuse to support strike: କଟକ: ଚକା ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେବ ନାହିଁ ରାଜ୍ୟ ଟ୍ରକ ମାଲିକ ମହାସଙ୍ଗ । ଆସନ୍ତାକାଲି ଅଲ ଓଡିଶା ଟ୍ରାନ୍ସପୋର୍ଟ ୱାର୍କରସ୍ ଫେଡରେସନ ପକ୍ଷରୁ ଚକା ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଏନେଇ ରାଜ୍ୟ ଟ୍ରକ ମାଲିକ ମହାସଂଘ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି, "ରାଜ୍ୟରେ ଟ୍ରକ ମାଲିକ ମହାସଂଘ ଏହାକୁ ସମର୍ଥନ ଦେବ ନାହିଁ। ସାଧାରଣ ଲୋକ ଭୟଭୀତ ହେବାର ନାହିଁ । ରାଜ୍ୟରେ ଆସନ୍ତାକାଲି ଟ୍ରକ ଚଳାଚଳ ସ୍ୱାଭାବିକ ରହିବ।"
ଏହା ମଧ୍ୟ ପଢନ୍ତୁ...ରାଜ୍ୟ ସରକାର ପୂରଣ କଲେ ଦାବି, ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ
ଟ୍ରକ ଚଳାଚଳ ସ୍ୱାଭାବିକ ରହିବା ନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ପୂର୍ବତନ ଉପସଭାପତି ତଥା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ। ଆସନ୍ତାକାଲି ରାଜ୍ୟରେ ବସ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ। ବସ ମାଲିକ ସଂଘ କିମ୍ବା କର୍ମଚାରୀ ଧର୍ମଘଟକୁ ସମର୍ଥନ ଦେଉନଥିବା ଜଣାପଡିଛି ।
ଇଟିଭି ଭାରତ, କଟକ