Watch Video: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର - ହଠାତ ହୁତୁହୁତୁ ହୋଇ ଜଳିଲା ଟ୍ରକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/30-10-2023/640-480-19891534-thumbnail-16x9-jaj.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 30, 2023, 9:15 AM IST
ଯାଜପୁର: ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ହଠାତ ହୁତୁହୁତୁ ହୋଇ ଜଳିଲା ଟ୍ରକ । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ନୂଆଗଡ ଛକରେ ହଠାତ ଟ୍ରକଟି ଚାଲୁଥିବା ବେଳେ ନିଆଁ ଲାଗିଯାଇଥିଲା । ତେବେ ଗାଡିରୁ ଓହ୍ଲାଇ ପଡିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରକ ଚାଳକ ଓ ହେଲ୍ପର ।
ଏହାମଧ୍ୟ ପଢନ୍ତୁ..Watch Video: ଚଳନ୍ତା ମିନି ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ସୂଚନା ମୁତାବକ ରବିବାର ରାତିରେ ଏକ 10 ଚକିଆ ଟ୍ରକ କଳିଙ୍ଗନଗର ଅଞ୍ଚଳରୁ ଦ୍ରୁତଗତିରେ ଆସୁଥିଲା l ହଠାତ କୋରେଇ ଥାନା ନୂଆଗଡ ଛକରେ କୌଣସି କାରଣରୁ ଟ୍ରକଟି ଜଳିବାକୁ ଲାଗିଥିଲା l ଟ୍ରକରେ ନିଆଁ ଲାଗି ଯାଇଥିବାକୁ ଦେଖି ଟ୍ରକ ଗାଡିର ଚାଳକ ଓ ହେଲପର ଗାଡ଼ିରୁ ତଳକୁ ଡେଇଁ ପଡ଼ିଥିଲେ l ଫଳରେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ l ସେପଟେ ଟ୍ରକରେ ନିଆଁ ଲାଗିଥିବା ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଇଟିଭି ଭାରତ, ଯାଜପୁର