Watch Video: ଚଳନ୍ତା ମିନି ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

By

Published : Jun 12, 2023, 1:40 PM IST

thumbnail

ଅନୁଗୋଳ: ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର । ଆଜି ଅନୁଗୋଳ ଜିଲ୍ଲାର NH 520 ବାସୁଦେବପୁର ନିକଟରେ ମିନି ଟ୍ରକରେ ନିଆଁ ଲାଗି ଯାଇଥିଲା । ଏକ ମିନି ଟ୍ରକ ଲୁହା ରଡ୍ ବୋଝେଇ କରି ବଡ଼ବିଲରୁ ଝୁମ୍ପୁରା ଅଭିମୁଖେ ଯାଉଥିବା ବେଳେ ଚଳନ୍ତା ଅବସ୍ଥାରେ ହଠାତ୍ ଜଳିବା ଆରମ୍ଭ କରିଥିଲା । ଗାଡ଼ି ଭିତରୁ ଧୂଆଁ ବାହାରି ନିଆଁ ଜଳୁଥିବା ଜାଣିବା କ୍ଷଣି ଗାଡିର ଡ୍ରାଇଭର ତତ୍ କ୍ଷଣାତ ରାସ୍ତା ଉପରେ ଛିଡା କରି ଓହ୍ଲାଇ ପଡ଼ିଥିଲେ । ଯାହାଫଳରେ ସେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ଗାଡ଼ିର ଆଗ ଭାଗ ସଂପୂର୍ଣ୍ଣ ଜଳିଯାଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ସର୍ଟ ସର୍କିଟରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।  

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.