thumbnail

By

Published : Jun 3, 2023, 10:58 PM IST

ETV Bharat / Videos

କରମଣ୍ଡଳ କଳାରାତିକୁ ୨୪ଘଣ୍ଟା: ବାଲେଶ୍ବର ବିଭିନ୍ନ ଡାକ୍ତରଖାନାରେ ଚାଲିଛି ଆହତଙ୍କ ଚିକିତ୍ସା

ବାଲେଶ୍ବର: ସୋର ବାହାନଗା ରେଳ ଦୁର୍ଘଟଣାକୁ ୨୪ ଘଣ୍ଟା ପୂରିଛି । ଦୁର୍ଘଟଣାରେ ଶିକାର ହୋଇଥିବା ଆହତଙ୍କୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଟକ ଏସସିବି ବଡ଼ ମେଡିକାଲରୁ ସ୍ବତନ୍ତ୍ର ଡାକ୍ତରୀ ଟିମକୁ ଡକାଯାଇ ୨୪ ଘଣ୍ଟିଆ ଚିକିତ୍ସା ଯୋଗାଇ ଦିଆଯାଉଛି । ଜିଲ୍ଲା ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ୨୫୧ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି । ସେହିପରି ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପଟେ ଦୁର୍ଘଟଣାସ୍ଥଳରୁ ବଗି ଖାଲି କରିବା ସମୟରେ କେତେକ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ ବାଲେଶ୍ବରବାସୀ ଏବଂ ସମସ୍ତ ସ୍ବଚ୍ଛାସେବୀ ସଂଗଠନ ଯେଉଁଭଳି ଭାବେ ସହାୟତାର ହାତ ବଢ଼ାଇ ମୃତାହତଙ୍କ ଉଦ୍ଧାର କରିବା ଏବଂ ସେମାନଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ଯେଉଁ ଭଳି କାର୍ଯ୍ୟ କରିଛନ୍ତି, ତାହା ନିହାତି ପ୍ରଶଂସଯୋଗ୍ୟ । ଏସମ୍ପର୍କରେ ଆମ ପ୍ରତିନିଧି ଗ୍ରାଉଣ୍ଡ ରିପୋର୍ଟର ସ୍ଥିତି ପରଖିଛନ୍ତି । ଦେଖନ୍ତୁ 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.