ETV Bharat / state

ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲ ହାନୀ କାରଣ କହିଲେ ପରିବାର - FARMER DEATH CASE

କେନ୍ଦ୍ରାପଡ଼ାରେ ଉଜୁଡ଼ା ଫସଲ ଦେଖି ଚାଷୀ ମୃତ୍ୟୁ ଅଭିଯୋଗ । ଗଞ୍ଜାମରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ରାଜନୈତିକ ଦଳ ।

FARMER DEATH CASE
FARMER DEATH CASE (ETV Bharat Odisha)
author img

By ETV Bharat Odisha Team

Published : 15 hours ago

କେନ୍ଦ୍ରାପଡ଼ା/ବ୍ରହ୍ମପୁର : ଲଗାଣ ବର୍ଷା ଉଜାଡ଼ି ଦେଲା ଚାଷୀର ସୁନାର ଫସଲ । ବିଲରେ ଧାନ କଟା ହୋଇ ପଡ଼ିଛି । ଏଣେ ବର୍ଷା ପାଣିରେ ଧାନ ଭାସୁଛି । ନିଜ ଆଖି ଆଗରେ ବର୍ଷ ଯାକର ପରିଶ୍ରମକୁ ବର୍ଷା ଛଡ଼ାଇ ନେଇଥିବା ଦେଖି ସହିପାରିଲାନି ଚାଷୀ । ଧାର କରଜ କରି ଭାଗ ଚାଷ କରିଥିବା ଚାଷୀର ଫସଲ ବୁଡ଼ିଯିବା ଦେଖି ହୃଦଘାତରେ ଜୀବନ ଚାଲିଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସେପଟେ ଫସଲ ନଷ୍ଟ ହେବା ପରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ଅନ୍ତର୍ଗତ ବରଙ୍ଗ ଗ୍ରାମର ଚାଷୀଙ୍କ ଜୀବନ ହାରିବା ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି ।

କେଉଁଠି ଓ କିପରି ହେଲା ଚାଷୀଙ୍କ ମୃତ୍ୟୁ:

କ୍ଷେତରେ ବର୍ଷା ପାଣି କାରଣରୁ ଉଜୁଡ଼ି ଯାଉଥିବା ଧାନ ଫସଲକୁ ଦେଖି ଆଉ କୋହ ରଖି ପାରିଲେ ନାହିଁ । ବର୍ଷ ଯାକ ଚଳିବେ କେମିତି ଆଉ ଫସଲ ପାଇଁ ଆଣିଥିବା କରଜ ଟଙ୍କା ସୁଝିବେ କେମିତି ? ଏଭଳି ଚିନ୍ତା କରି ଶେଷରେ ଜଣେ ଚାଷୀ ହୃଦଘାତରେ ଟଳିପଡ଼ିବା ଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଡେରାବିଶ ବ୍ଳକ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଗ୍ରାମରେ ଘଟିଛି । ଏହି ଗ୍ରାମର ଚାଷୀ ଭାବଗ୍ରାହୀ ମଲ୍ଲିକ (୫୨) ବହୁ ଧାର କରଜ କରି ତାଙ୍କ ୧୮ ଗୁଣ୍ଠ ଚାଷ ଜମି ସହ ଭାଗ କରି ୮ ଏକର କ୍ଷେତରେ ଧାନ ଫସଲ କରିଥଲେ । ହେଲେ ଲାଗି ରହିଥିବା ବର୍ଷା ଯୋଗୁଁ ସବୁ ଫସଲ ନଷ୍ଟ ହୋଇ ଯାଉଥିବା ଦେଖି ସେ ସହି ପାରିନଥିଲେ ।

KENDRAPARA SANTHAPURA FARMER DEATH (ETV Bharat Odisha)

ଭାବଗ୍ରାହୀଙ୍କ ପୁଅ ମଣ୍ଟୁ ମଲ୍ଲିକ କହିଛନ୍ତି, "୨୫ ତାରିଖ ଦିନ ସକାଳୁ ବାପା କ୍ଷେତ ବୁଲି ଦେଖିବାକୁ ଯାଇଥିଲେ । ଏହା ଆଗରୁ ବାପା ଆଉ ମୁଁ ସେଠାକୁ (ବିଲକୁ) ଯାଇ ଧାନ ଲେଉଟାଇ ଆସିଥିଲୁ । ବାପା ବୁଧବାର ଦିନ ବିଲରୁ ଘରକୁ ଫେରିବା ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଆମେ ତାଙ୍କୁ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସରକାରୀ ଅଧିକାରୀ ଆମ ଘରକୁ ଆସିଛନ୍ତି ହେଲେ କେହି କୌଣସି ସହାୟତା ଦେଇନାହାନ୍ତି । ତହସିଲଦାର ଆସିଥିଲେ ଏବଂ ସାଧା କାଗଜରେ ଆମଠାରୁ ଦସ୍ତଖତ ନେଇ ଚାଲିଗଲେ ।"

ଚାଷୀ ମୃତ୍ୟୁକୁ ଜିଲ୍ଳା ପ୍ରଶାସନ ଅସ୍ବୀକାର :

ଚାଷୀ ଭାବଗ୍ରାହୀଙ୍କ ମୃତ୍ୟୁକୁ ନେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି, "ତାଙ୍କର ମୃତ୍ୟୁର କାରଣ ଅଲଗା କିଛି । ଆମେ ତହସିଲଦାରଙ୍କୁ ଜଏଣ୍ଟ ଇନକ୍ବାରୀ ରିପୋର୍ଟ (ମେଡିକାଲ ଅଫିସର ଆଉ ତହସିଲଦାର) ଦେବା ପାଇଁ କହିଛୁ । ଆମେ ତାଙ୍କୁ ଯଥାଶୀଘ୍ର ରେଡକ୍ରସ ସହାୟତା ଦେବା ପାଇଁ ଯୋଜନା କରିଛୁ ।"

GANJAM FARMER DEATH
GANJAM FARMER DEATH (ETV Bharat Odisha)

ଛତ୍ରପୁର ଚାଷୀ ମୃତ୍ୟୁ:

ସପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗ୍ରାମରେ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବାକୁ ଦେଖି ଗ୍ରାମର ୬୪ ବର୍ଷୀୟ ଚାଷୀ ବନମାଳୀ ପେଣ୍ଠେଇ ଜୀବନା ହାରିବା ଘଟଣା ଏବେ ରାଜନୈତିକ ମୋଡ ନେଇଛି । ମୃତକଙ୍କ ଗ୍ରାମରେ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଲମ୍ୱା ଧାଡ଼ି ଲାଗିଛି । ଉଭୟ ଶାସକ ଓ ବିରୋଧୀ ଦଳ ନେତୃବୃନ୍ଦ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେବା ସହିତ ଘଟଣା ସମ୍ପର୍କରେ ଗ୍ରାମବାସୀ ଓ ମୃତକଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରୁଛନ୍ତି । ଆଜି ଶାସକ ବିଜେପି ସମେତ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ନେତୃବୃନ୍ଦ ମୃତକଙ୍କ ଗ୍ରାମରେ ପହଞ୍ଚି ଆଲୋଚନା କରିଛନ୍ତି ।

GANJAM FARMER DEATH (ETV Bharat Odisha)

ନବୀନଙ୍କ ନିର୍ଦ୍ଦେଶରେ ପହଞ୍ଚିଲେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ:

ଚାଷୀ ବନମାଳୀ ପେଣ୍ଠେଇ ଜୀବନ ହାରିବା ଘଟଣା ଜଣାପଡ଼ିବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୃତକଙ୍କ ଗ୍ରାମରେ ପହଞ୍ଚିଛନ୍ତି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବ୍ରହ୍ମପୁରର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବିଜେଡି ଦଳର ନେତା ଭୃଗୁବକ୍ସି ପାତ୍ର, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦମାନେ ମୃତକଙ୍କ ଘରେ ପହଞ୍ଚିଥିଲେ । ଚାଷ ଜମି ନଷ୍ଟ ହେବା ପରେ କିଭଳି ଏବଂ କେଉଁ ପରିସ୍ଥିତିରେ ଚାଷୀ ଜଣଙ୍କ ଘରକୁ ଆସି ଜୀବନ ହାରିଥିଲେ ଏବଂ ଚାଷୀ ଜଣଙ୍କ କାହାଠାରୁ ଋଣ କରି ଚିନ୍ତାରେ ରହିଥିଲେ, କେତେ ଟଙ୍କା ଓ କାହା କାହ ଠାରୁ ଧାର କରଜ କରିଥିଲେ ସେନେଇ ମଧ୍ୟ ପଚାରି ବୁଝିଥିଲେ । ଚାଷୀଙ୍କ ଘରେ ପହଞ୍ଚି ବିଜେଡି ଦଳର ନେତୃବୃନ୍ଦ ମୃତକଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହିତ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

GANJAM FARMER DEATH
GANJAM FARMER DEATH (ETV Bharat Odisha)

ରାଜ୍ୟ ସରକାରଙ୍କୁ ଦାୟି କଲା ବିଜେଡି:

ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି,"ପାଣିପାଗ ବିଭାଗ ପକ୍ଷରୁ ବର୍ଷାକୁ ନେଇ ଆଗାମୀ ସୂଚନା ଦିଆଯାଇଥିଲା । ହେଲେ ରାଜ୍ୟ ସରକାର ବର୍ଷା ଆସୁଥିବା ନେଇ ଚାଷୀମାନଙ୍କୁ ସଚେତନ କରିନଥିଲେ । ଯାହାଫଳରେ ଫସଲ ନଷ୍ଟ ହେବା ସହ ଏଭଳି ଘଟିଛି । ନବୀନ ପଟ୍ଟନାୟକ ସରକାରରେ ଚାଷୀ ଆତ୍ମହତ୍ୟା ନଥିଲା ।" ସେପଟେ ବରିଷ୍ଠ ବିଜେଡି ନେତା ଭୃଗୁବକ୍ସି ପାତ୍ର କହିଛନ୍ତି, "ଘଟଣା ଦିନ ଚାଷୀ ଜଣଙ୍କ ନିଜର ଚାଷ ଜମିକୁ ଯାଇ ଫେରିବା ପରେ ଫସଲ କ୍ଷତିକୁ ଦେଖି ଏହିପରି କରିଛନ୍ତି । ଆଜି ଯେଉଁ କ୍ଷୟକ୍ଷତି ଘଟୁଛି ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ଦାୟୀ । କାରଣ ଯଦି ବର୍ଷା ସମ୍ପର୍କରେ ଚାଷୀଙ୍କୁ ସରକାର ପୂର୍ବରୁ ଅବଗତ କରିଥାନ୍ତି ତେବେ ଏଭଳି ଘଟଣା ଘଟି ନଥାନ୍ତା ।"

ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି । ସେ କହିଛନ୍ତି "ପୂର୍ବରୁ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏଫ୍.ଏ.କ୍ୟୁ(FAQ) ନଦେଖି ଚାଷୀଙ୍କ ଆଦାୟ ଧାନକୁ ସଂଗ୍ରହ କରିବାକୁ ଦାବି କରାଯାଇଥିଲା । ହେଲେ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ସ୍ପଷ୍ଟ ମତ ନ ରହିବା, ଋଣ ଛାଡ ହେବା ବିଷୟକୁ ଗୁରୁତ୍ୱ ଦିଆଯାଇନଥିବା ଏବଂ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ନେଇଥିଲେ ।" ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି, "ଯଦି ସରକାର ଘଟଣା ପୂର୍ବରୁ ଚାଷୀଙ୍କ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କୌଣସି ଘୋଷଣା କରିଥାନ୍ତେ ତାହା ହେଲେ ରାଜ୍ୟରେ ୨ ଜଣ ଚାଷୀଙ୍କ ଜୀବନ ଯାଇନଥାନ୍ତା । ରାଜ୍ୟ ସରକାର କେବଳ ଭାଷଣରେ ସୀମିତ ରହିବା ଏବଂ ବ୍ୟାପକ ସଚେତନତା ନହେବା ଯୋଗୁଁ ଏପରି ଘଟିଛି ।"

ମୃତକଙ୍କ ପରିବାର ସହ ଆଲୋଚନା କଲେ ସ୍ଥାନୀୟ ବିଧାୟକ:

ଚାଷୀ ଜଣଙ୍କ ଜୀବନ ହାରିବା ଘଟଣା ଜାଣିବା ପରେ ମୃତକଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରିିଛନ୍ତି । ଘଟଣା ପରେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଷୀଙ୍କ ଏହି କ୍ଷୟକ୍ଷତି ସଂପର୍କରେ ଆଲୋଚନା କରାଯାଉଥିବାରୁ ଚାଷୀମାନେ ଅଧର୍ଯ୍ୟ ନହେବା ନେଇ କହିଛନ୍ତି । " ବିଜେପି ସରକାର ସଦାସର୍ବଦା ଲୋକଙ୍କ ସହ ରହିଛି ଓ ରହିବ । ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଚାଲିଛି । ଖୁବଶୀଘ୍ର ଚାଷୀମାନଙ୍କୁ କ୍ଷତିପୂରଣ ସରକାର ପ୍ରଦାନ କରିବେ" ବୋଲି କହିଛନ୍ତି ଛତ୍ରପୁର ବିଧାୟକ ।

GANJAM FARMER DEATH
GANJAM FARMER DEATH (ETV Bharat Odisha)

ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳର ଗସ୍ତ:

ସେପଟେ ବରଙ୍ଗ ଗ୍ରାମରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ଭେଟିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ପ୍ରତିନିଧି ଦଳ । ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ସମତେ ରାଜ୍ୟ ସଂଯୋଜକ ଜଗଦୀଶ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଗ୍ରାମକୁ ଯାଇ ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ଚାଷୀଙ୍କୁ ଧୌର୍ଯ୍ୟ ରଖିବା ପାଇଁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଵଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ବାରା ରାଜସ୍ୱ ବିଭାଗ ଏଵଂ କୃଷି ବିଭାଗ ମିଳିତ ଉଦ୍ୟମରେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ।

ମୃତକଙ୍କ ପରିବାରକୁ ଭେଟିଲା କଂଗ୍ରେସ:

କଂଗ୍ରେସ ଦଳର ଛତ୍ରପୁରର ବରିଷ୍ଠ ନେତା ଭାଗିରଥି ବେହେରାଙ୍କ ସହ ଦଳର କର୍ମୀ ବରଙ୍ଗ ଗାଁରେ ମୃତ ଚାଷୀ ବନମାଳୀଙ୍କ ଘରେ ପହଞ୍ଚି ପରିବାର ସହ ଘଟଣାକୁ ନେଇ ଆଲୋଚନା କରିଛନ୍ତି । ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଯଦି ସରକାର ତୁରନ୍ତ ବନମାଳୀଙ୍କ ସମସ୍ତ ଋଣ ପରିଶୋଧ କରିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ କଂଗ୍ରେସ ବନମାଳୀଙ୍କ ପରିବାର ସହ ଠିଆ ହୋଇ ଲଢେଇ କରିବ ବୋଲି କହିଛନ୍ତି ।

କ'ଣ ଥିଲା ଘଟଣା:
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ଅନ୍ତର୍ଗତ ବରଙ୍ଗ ଗ୍ରାମର ଜଣେ ୬୪ ଚାଷୀ ବନମାଳୀ ପେଣ୍ଠେଇ ଗତକାଲି ଜୀବନ ହାରିଥିବା ଅଭିଯୋଗ ‌ଆସିଥିଲା । ମୃତ ଚାଷୀ ପ୍ରାୟ ୫ ଏକର ଚାଷ ଜମିରେ ଧାନ ଫସଲ କରିଥିଲେ । ନିଜର ୨ ଭରଣ ଜମି ରହିଥିବା ବେଳେ ଅନ୍ୟ ସମସ୍ତ ଜମିକୁ ଭାଗ ଚାଷ ଭାବରେ ଆଣି ଭାଗ ଚାଷୀ ହିସାବରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ସେ ଚାଷ ପାଇଁ ଋଣ ନେଇଥିଲେ । ଲଗାଣ ବର୍ଷାରେ ଫସଲ ନଷ୍ଟ ହେବା ପରେ ସେ ଏଥିରେ ଭାଙ୍ଗିପଡ଼ି ନିଜ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ । ବର୍ତ୍ତମାନ ପୂରା ପରିବାର ଋଣରେ ବୁଡ଼ି ରହିଥିବା ବେଳେ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା/ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.