thumbnail

By

Published : May 19, 2023, 10:30 PM IST

ETV Bharat / Videos

ଗୁରୁଙ୍କ ଦୀର୍ଘାୟୁ କାମନା କରି ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଭଦ୍ରକ: ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ପଥରଆଡିରେ କିନ୍ନରମାନଙ୍କ ଦ୍ୱାରା ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରାଯାଇଛି । ସଦା ସର୍ବଦା ସମାଜର ମୁଖ୍ୟ ସ୍ରୋତରେ ଅବହେଳାର ଶିକାର ହେଉଥିବା ତଥା ଉପେକ୍ଷିତ ହେଉଥିବା ଏହି କିନ୍ନର ସମ୍ପ୍ରଦାୟ ଏକତ୍ରୀତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଜୀବନ ଯାପନ କରୁଥିବା କିନ୍ନରମାନେ ନିଜ ଗୁରୁଙ୍କ ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରି ଏହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଯେହେତୁ କିନ୍ନର ମାନେ ମଧ୍ୟ ସନାତନ ଧର୍ମ ଏବଂ ପରମ୍ପରାକୁ ଅବଲମ୍ବନ କରନ୍ତି । ତେଣୁ ସନାତନ ଧର୍ମରେ ଯେଉଁ ସବୁ ପର୍ବପର୍ବାଣୀ ଅଛି ତାହା ମଧ୍ଯ ସେମାନେ ପାଳନ କରନ୍ତି ବୋଲି କହିଛନ୍ତି । ଯେତେବେଳେ ଘର ପରିବାର ପରିତ୍ଯାଗ କରି କିନ୍ନର ମଣ୍ଡଳରେ ସାମିଲ ହୁଅନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କିନ୍ନର ଜଣଙ୍କୁ ଗୁରୁ ବୋଲି ବିବେଚନା କରନ୍ତି । ଏହି ଗୁରୁ ଜଣକ ମଧ୍ଯ ଜଣେ କିନ୍ନର ହୋଇଥାଏ । ତେଣୁ ସେହି କିନ୍ନର ଗୁରୁଙ୍କ ଠାରୁ ସଙ୍ଖା ସିନ୍ଦୁର ପିନ୍ଧିବା ପରେ ଜଣେ ବିଧିବଦ୍ଧ ଭାବେ ସମାଜରେ କିନ୍ନର ଭାବେ ପରିଚିତ ହୋଇଥାଏ ବୋଲି କହିଛନ୍ତି କିନ୍ନର । ତେବେ ହାତରେ ଚୁଡି, ପାଦରେ ଅଳତା, ମଥାରେ ସିନ୍ଦୂର ଏବଂ ନୂଆ ଲୁଗା ପିନ୍ଧି ସମ୍ପୂର୍ଣ୍ଣ ସଧବା ବେଶରେ ସଜାଇ ହୋଇ ବିଭିନ୍ନ ପ୍ରକାରର ଫଳମୂଳ ଧରି ନିଜ ନିଜ ଗୁରୁଙ୍କ ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଛନ୍ତି । ଏଥିସହ ନିଜ ନିଜ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ପରେ ଗୁରୁଙ୍କ ପାଦୁକାର ଜଳକୁ ପାନ କରି ସାରି ଖାଦ୍ୟ ଗ୍ରହଣ କରିଥିଲେ । 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.