ETV Bharat / state

ବୌଦ୍ଧ ଜଗନ୍ନାଥ ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଲୁଟ୍ - JAGANNATH TEMPLE THEFT

ବଡ଼ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ବୌଦ୍ଧ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ ।

THIFT FROM BOUDH JAGANNATH TEMPLE
THIFT FROM BOUDH JAGANNATH TEMPLE (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ବୌଦ୍ଧ: ବଡ଼ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା । ମନ୍ଦିର ଭିତରେ ପଶି କଳାକନା ବୁଲାଇଲେ ଚୋର । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବୌଦ୍ଧରୁ । ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ପଶି ଦାନ ହୁଣ୍ଡି ଭାଙ୍ଗି କଳାକନା ବୁଲାଇଲେ ଚୋର ।

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରୁ ଲୁଟ୍:

ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଚୋରମାନେ ଶ୍ରୀଜଗନ୍ନାଥ ମନ୍ଦିର କବାଟ ତାଲା ଭାଙ୍ଗିବା ସହିତ ଗରୁଡ଼ ସ୍ତମ୍ଭ ନିକଟରେ ଥିବା ଦାନ ହୁଣ୍ଡିର ତାଲାକୁ ଭାଙ୍ଗି ସେଥିରୁ ସମସ୍ତ ଅର୍ଥ ଲୁଟି ନେଇଛନ୍ତି । ଆଜି ଏକାଦଶୀ ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିଥିଲେ ମଧ୍ୟ ବେଢା ବାହାରେ ଥାଇ ଦର୍ଶନ କରି ଫେରିଥିଲେ । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ମନ୍ଦିରରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସକୁ ବାରମ୍ବାର ଖୋଲା ଚ୍ୟାଲେଞ୍ଜ ଦେଇ ଅଞ୍ଚଳର ପ୍ରାୟ ସମସ୍ତ ମନ୍ଦିରରୁ ଚୋରି ହେବା ଘଟଣା ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ଗଭୀର କ୍ଷୋଭ ପ୍ରକାଶ ପାଇଛି ।

THIFT FROM BOUDH JAGANNATH TEMPLE (ETV Bharat Odisha)

"ସିସିଟିଭି ଲାଗିବା ପୂର୍ବରୁ ଚୋରି":

ମନ୍ଦିର ପରିଚାଳନା କମିଟିର ସଭାପତି ମୃତୁଞ୍ଜୟ ମିଶ୍ର କହିଛନ୍ତି,"କୌଣସି ଦୁର୍ବୃତ୍ତ ବିଳମ୍ବିତ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ଦାନ ହୁଣ୍ଡିରୁ ଅର୍ଥ ଚୋରି କରି ନେଇଛି ।ଭକ୍ତମାନେ ଦାନ ହିସାବରେ ଯାହା ଦେଇଥିଲେ ତାହା ଚୋରି ହୋଇଛି । ଆମେ ପୋଲିସକୁ ଜଣାଇଛୁ ,ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି । ମନ୍ଦିରରେ ସିସିଟିଭି ନଥିଲା । ସିସିଟିଭି ଲାଗିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ହେଲେ ଲାଗିବା ପୂର୍ବରୁ ମନ୍ଦିରରୁ ଚୋରି ହୋଇଗଲା ।"

THIFT FROM BOUDH JAGANNATH TEMPLE
THIFT FROM BOUDH JAGANNATH TEMPLE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...କାନ୍ଥ ଖୋଳି ଲୁଟିଲେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଫୋନ - MOBILE SHOP THEFT

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ପୋଲିସର ଘୋଷଣା, ଚୋରକୁ ଧରାଇଲେ ମିଳିବ ଲକ୍ଷେ ଟଙ୍କା - SAMBALPUR MANAPURAM FINANCE ROBBERY

ଏହା ମଧ୍ୟ ପଢନ୍ତୁ...ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - BURGLARS SET FIRE TO HOUSE

ଲୁଟେରାଙ୍କ ଟାର୍ଗେଟରେ ମଠ ମନ୍ଦିର:

ଲୁଟେରାଙ୍କ ଟାର୍ଗେଟରେ ଜିଲ୍ଲାର ବିଭିନ୍ନ ମଠ ମନ୍ଦିର । ବାରମ୍ବାର ମନ୍ଦିରରୁ ଚୋରି ହେବା କାରଣକରୁ ବିଭିନ୍ନ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି । ପୂର୍ବରୁ ବୌଦ୍ଧର ଭୈରବୀ ମନ୍ଦିର ଠାରୁ ନେଇ ହନୁମାନ ମନ୍ଦିର, ରାମେଶ୍ୱର ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଭଳି ଆଖପାଖ ଅଞ୍ଚଳର ଅଧିକାଂଶ ମନ୍ଦିରରୁ ଚୋରି ହୋଇ ସାରିଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.