ETV Bharat / technology

WhatsAppରେ ଆପଣଙ୍କୁ କିଏ ଟ୍ରାକ୍‌ କରୁନି ତ ? କେମିତି ଜାଣିବେ - HOW TO KNOW WHO IS TRACKING YOU

ହ୍ବାଟ୍ସଆପ୍‌ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି । ଏଥିରୁ ଗୋଟିଏ ଫିଚର ଏମିତି ଅଛି ଯାହାଦ୍ବାରା ଆପଣଙ୍କୁ କିଏ ଟ୍ରାକ୍‌ କରୁଥିଲେ ସହଜରେ ଜାଣିପାରିବେ । ଅଧିକ ପଢନ୍ତୁ

How to Know Who is tracking you
How to Know Who is tracking you (File Photo)
author img

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ: ବିଶ୍ବବ୍ୟାପୀ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଏହା ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛି ଯେଉଁଥିରେ ଚାଟିଂ, ଭଏସ କଲିଂ, ଭିଡିଓ କଲିଂ, ଅନଲାଇନ ପେମେଣ୍ଟ ଓ ଡକ୍ୟୁମେଣ୍ଟ ସେୟାରିଂ ସାମିଲ । ଏହି ଆପ୍‌କୁ ଲଞ୍ଚ ହେବାକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ୟୁଜରଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ ଲାଗି ଆପ୍‌ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି । ନିକଟରେ ଆପ୍‌ରେ ଅନେକ ଉପଯୋଗୀ ଫିଚର ଆସିଛି ।

ଲାଇଭ୍‌ ଲୋକେସନ ଫିଚର

ହ୍ବାଟ୍ସଆପ୍‌ ସର୍ବଦା ୟୁଜରଙ୍କ ସୁରକ୍ଷା ଓ ଗୋପନୀୟତାକୁ ପ୍ରାଧାନ୍ୟ ଦେଇଥାଏ । ଏଥିଲାଗି ଏହି ଆପ୍‌ ଉପରେ 3.5 ବିଲିୟନ ୟୁଜର ଭରସା କରିଥନ୍ତି । ଏହାର ଅନେକ ଅତ୍ୟାଧୁନିକ ଫିଚର ମଧ୍ୟରେ ଗୋଟିଏ ହେଉଛି ଲାଇଭ ଲୋକେସନ୍‌ ଫିଚର (Live Location Feature) । ଏହି ଫିଚର ଦ୍ବାରା ଜଣେ ବ୍ୟକ୍ତି ଆପଣଙ୍କୁ ଟ୍ରାକ୍‌ କରିପାରିବ ଅର୍ଥାତ ଆପଣ କେଉଁଠି ଅଛନ୍ତି ତାହା ମ୍ୟାପ୍‌ ମାଧ୍ୟମରେ ଜାଣିପାରିବ । ଏହା ଗୋଟିଏ ପଟେ ଉପଯୋଗୀ ହୋଇଥିବା ବେଳେ ଅନ୍ୟପଟେ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।

ଅନେକ ସମୟରେ ଦେଖାଯାଏ ଯେତେବେଳେ କୌଣସି ବ୍ୟକ୍ତି, ବନ୍ଧୁ ଆପଣଙ୍କ ଲୋକେସନ ଜାଣିପାରୁନାହାନ୍ତି, ସେହି ସମୟରେ ଆପଣ ହ୍ବାଟ୍ସଆପ୍‌ ଲୋକେସନ ପଠାଇଥାନ୍ତି । ଏପରିକି କୌଣସି ଅଜଣା ସ୍ଥାନକୁ ଯିବା ସମୟରେ ଅନେକ ନିଜର ପରିବାରବର୍ଗଙ୍କୁ ହ୍ବାଟ୍ସଆପ୍‌ରେ ଲାଇଭ ଲୋକେସନ୍‌ ସେୟାର କରୁଥିବାର ନଜିର ରହିଛି । କିନ୍ତୁ ଠିକଣା ସ୍ଥାନ ବା ଉକ୍ତ ବ୍ୟକ୍ତି ଜଣଙ୍କ ଆପଣଙ୍କ ନିକଟରେ ପହଞ୍ଚିବା ପରେ ଆପଣ ଲାଇଭ ଲୋକେସନ୍‌କୁ ଅଫ୍‌ କରିବାକୁ ଭୁଲିଯାଇଥାନ୍ତି । ଏହି ସମୟରେ ଏହାର ଦୁରୂପଯୋଗ ମଧ୍ୟ ହୋଇପାରେ ।

ଆପଣଙ୍କ ଲାଇଭ ଲୋକେସନକୁ ଅନ୍‌ କରି ରଖିବା, ଆପଣଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । ଏହାଦ୍ବାରା ଆକ୍ସେସ ଥିବା ବ୍ୟକ୍ତି ଲାଇଭ ଲୋକେସନକୁ ଟ୍ରାକ୍‌ କରି ଆପଣଙ୍କ ନିକଟରେ ପହଞ୍ଚିପାରିବ । ସୌଭାଗ୍ୟବଶତଃ, ହ୍ବାଟ୍ସଆପ୍‌ ଏଥିଲାଗି ଏକ ଫିଚର ପ୍ରଦାନ କରିଛି । ଆପଣ ଉକ୍ତ ଫିଚରକୁ ବ୍ୟବହାର କରି କାହା ସହିତ ଲାଇଭ ଲୋକେସନ ସେୟାର କରିଛନ୍ତି ତାହା ଜାଣିପାରିବା ସହ ଏହାକୁ ଅଫ୍‌ ମଧ୍ୟ କରିପାରିବେ । ଏହା କିପରି କରିବେ ନିମ୍ନରେ ଜାଣନ୍ତୁ ।

ଲାଇଭ ଲୋକେସନକୁ କିପରି ଅଫ୍‌ କରିବେ ?

  • ଆପଣଙ୍କ ଲୋକେସନ୍‌ ଆକ୍ସେସ କାହା ପାଖରେ ଅଛି ଜାଣିବା ଲାଗି ପ୍ରଥମେ ହ୍ବାଟ୍ସଆପ୍‌ ଖୋଲନ୍ତୁ ।
  • ଏହାପରେ ଡାହାଣ ପାର୍ଶ୍ବର ଉପର ଭାଗରେ ଥିବା ଥ୍ରି-ଡଟ୍‌ ମେନ୍ୟୁ ଆଇକନ୍‌ ଉପରେ କ୍ଲିକ୍‌ କରନ୍ତୁ ।
  • ଏହାପରେ 'Settings' ଅପସନ ଚୟନ କରନ୍ତୁ ଏବଂ 'Privacy' ଉପରେ ଟାପ୍‌ କରନ୍ତୁ ।
  • 'Location' ଅପସନ ନ ଦିଶିବା ପର୍ଯ୍ୟନ୍ତ ସ୍କ୍ରଲ୍‌ କରନ୍ତୁ ।
  • ଲୋକେସନ ଉପରେ କ୍ଲିକ୍‌ କଲେ କାହା ସହ ଆପଣ ଲାଇଭ ଲୋକେସନ ସେୟାର କରିଛନ୍ତି ତାହା ଜାଣିପାରିବେ । ଯଦି ଆବଶ୍ୟକ ଆପଣ ଲାଇଭ ଲୋକେସନ ଫିଚରକୁ ଅଫ୍‌ ମଧ୍ୟ କରିପାରିବେ ।
ଏହା ବି ପଢନ୍ତୁ

ଏବେ ସମସ୍ତ WhatsApp ୟୁଜର କରିପାରିବେ UPI ପେମେଣ୍ଟ; ଅନବୋର୍ଡିଂ ଲିମିଟ ହଟାଇଲା NPCI

ଜାନୁଆରୀ 1ରୁ ଏହି ସ୍ମାର୍ଟଫୋନରେ ଆଉ ଚାଲିବନି WhatsApp; ତାଲିକାରେ କିଏ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.