ରାଜଭବନରେ ରାଷ୍ଟ୍ରପତି, ପହଞ୍ଚିବା ପୂର୍ବରୁ ଆଦିବାସୀ ନୃତ୍ୟ ଓ ବାଜାରେ ପ୍ରକମ୍ପିତ ହେଲା ପରିସର

🎬 Watch Now: Feature Video

thumbnail
ଭୁବନେଶ୍ବର: ରାଜଭବନ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ମାଟିର ଝିଅକୁ ପାଇଁ ବିଭୋର ହୋଇପଡ଼ିଛନ୍ତି ରାଜ୍ୟବାସୀ । ଆଦିବାସୀ ନୃତ୍ୟ ଓ ବାଜାରେ ପ୍ରକମ୍ପିତ ହୋଇଉଠିଛି ରାଜଭବନ ସମ୍ମୁଖ (Traditional dance program organized at Raj Bhawan ) । ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବଚକ୍ଷୁରେ ଦେଖିବା ପାଇଁ ଅନେକ ଲୋକ ବିଭିନ୍ନ ସ୍ଥାନରୁ ଏଠାକୁ ଛୁଟି ଆସିଛନ୍ତି । ଶାନ୍ତ ସରଳ ସ୍ଵଭାଵର ମଣିଷ ଏତେ ବଡ଼ ଗାଦିରେ ବସିବା ନିଶ୍ଚିତ ଭାବେ ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବର ଗାଥା । ଏ ନେଇ ରାଜଭବନ ସମ୍ମୁଖରୁ ଅଧିକ ଆଲୋଚନା ଦେଉଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.