10th Board Exam: ଟପ୍ପର ହେବା ପରେ ଇଚ୍ଛା ପୂରଣ କଲେ ଏସପି, ୩ବର୍ଷ ପରେ ହତ୍ୟାକାରୀ ପିତାକୁ ଭେଟିଲେ - ପିତାକୁ ଭେଟିଲେ ଛାତ୍ରୀ
🎬 Watch Now: Feature Video
ରାୟପୁର: ଛତିଶଗଡ଼ ମାଧ୍ୟମିକ ଶିକ୍ଷା ପରିଷଦ ବୁଧବାର ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳ ପ୍ରକାଶ କରିଛି । ଏହି ପରୀକ୍ଷାରେ ଦୁର୍ଗର ସାନିଆ ମରକାମ ରାଜ୍ୟରେ ଶ୍ରେଷ୍ଠ ୧୦ଜଣଙ୍କ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି । ଏହାପରେ ତାଙ୍କ ଘରେ ଶୁଭେଚ୍ଛା ଦେବା ଲାଗି ପହଞ୍ଚିଛନ୍ତି ଦୁର୍ଗ ଏସପି ଅଭିଷେକ ପଲ୍ଲବ । ଏହି ସମୟରେ ଜେଲରେ ହତ୍ୟା ମାମଲାରେ ସଜା କାଟୁଥିବା ପିତାକୁ ଭେଟିବା ଲାଗି ଏସପିଙ୍କୁ ଗୁହାରି କରିଥିଲେ ସାନିଆ । ଆଉ ଏହି କୃତୀ ଛାତ୍ରୀଙ୍କ ଇଚ୍ଛାକୁ ଏସପି ପୂରଣ କରିଛନ୍ତି । ଆଜି ସାନିଆଙ୍କୁ ଧରି ଜେଲରେ ପହଞ୍ଚିଥିଲେ ଏସପି । ଏହାସହ ପ୍ରାୟ ୩ବର୍ଷ ପରେ ବାପା-ଝିଅଙ୍କ ଭେଟ ହୋଇଛି । ପିତା ବଳରାମ ମରକାମଙ୍କୁ ଭେଟିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ ସାନିଆ । ଏ ନେଇ ଏସପି ଅଭିଷେକ କହିଛନ୍ତି ଯେ ଆର୍ଥିକ ସମସ୍ୟା ପରେ ମଧ୍ୟ ସାନିଆ ପାଠପଢି ସଫଳତା ହାସଲ କରିଛନ୍ତି । ତେବେ କୌଣସି ବ୍ୟକ୍ତି ଅପରାଧ କଲେ ପରିବାର ସେମାନଙ୍କୁ ତ୍ୟାଗ କରିବା ଉଚିତ ନୁହେଁ । ପାରିବାରିକ ବିବାଦ ଯୋଗୁଁ ସାନିଆଙ୍କ ପିତା ହତ୍ୟା କରିଥିଲେ । ଏଥିଲାଗି ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଇଛି ।