ସୁରକ୍ଷାବଳୟ ମଧ୍ୟରେ କଟକ ଗଲେ ରାଷ୍ଟ୍ରପତି, ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ - ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
🎬 Watch Now: Feature Video

ଭୁବନେଶ୍ବର: କଟକ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରିଲା ରାଷ୍ଟ୍ରପତିଙ୍କ କାରକେଡ୍ । ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଆଜି କଟକରେ ଦିନ ତମାମ ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ଚଣ୍ଡୀ ମନ୍ଦିର ପରିଦର୍ଶନ କରିବେ । ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ । ସେହିପରି ରାଷ୍ଟ୍ରପତି ମୁର୍ମୁ ଆଜି କଟକରେ ମଧୁବାବୁଙ୍କ ଘର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି(ଗୁରୁବାର) ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଜିଟି) ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବେ ।
ଏହା ମଧ୍ୟ ପଢନ୍ତୁ- President Murmu Odisha Visit: ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି
ଇଟିଭି ଭାରତ, ଭୁବନେଶ୍ବର