ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପନ୍ନ, କାଲିଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

By

Published : Jun 22, 2023, 11:05 PM IST

thumbnail

ପୁରୀ: ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଶେଷ ହୋଇଛି। ଦଇତା ପତି ସେବକମାନେ ତିନି ରଥରୁ ଶ୍ରୀଜିଉମାନଙ୍କୁ ରଥରୁ ପହଣ୍ଡି କରି ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି। ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା। ହରିବୋଲ, ହୁଳହୁଳି ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥଲା। ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ରଥ ଉପରେ ଅନୁଷ୍ଠିତ ପରେ ଅପରାହ୍ନରେ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥଲା। ତେବେ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପ୍ରଶାସନର ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଛନ୍ତି। 

ତେବେ ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ଆଡ଼ପ ମଣ୍ଡପରେ ବଡ଼ ସିଂହାର ବେଶ ଅନୁଷ୍ଠିତ ହୋଇଥାଏ। ଏହାପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି କରାଯାଏ । ଆସନ୍ତାକାଲି ଭୋର 5 ଟା ସମୟରେ ମଙ୍ଗଳ ଆଳତୀ ପରେ 6ଟା ରୁ ଆଡ଼ପ ଦର୍ଶନ ଆରମ୍ଭ ହେବ। ସେହିପରି ଆସନ୍ତାକାଲିଠାରୁ ଭକ୍ତ ମାନେ ଆଡ଼ପ ଅବଢ଼ା ପ୍ରସାଦ ଭାବେ ପାଇପାରିବେ। ଏହାସହ ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶନିବାର ହେରା ପଞ୍ଚମୀ ତିଥି ଅନୁଷ୍ଠିତ ହେବ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.