Kolkata civic body session: ଟିଏମସି-ବିଜେପି କାଉନସିଲର ମୁହାଁମୁହିଁ - କୋଲକାତା ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/16-09-2023/640-480-19530871-thumbnail-16x9-kolkata.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 16, 2023, 10:48 PM IST
କୋଲକାତା: କୋଲକାତା ମହାନଗର ନିଗମ (KMC) ର ମାସିକ ଅଧିବେଶନରେ ଶାସକ ଓ ବିରୋଧୀ କାଉନସିଲରଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମୁହାଁମୁହିଁ ହେଲେ ଟିଏମସି-ବିଜେପି କାଉନସିଲର । ମହାନଗର (କେଏମସି) ଅଧ୍ୟକ୍ଷ ମାଲା ରୟ ଏବଂ ମେୟର ଫିରହାଦ୍ ହାକିମଙ୍କ ମନ୍ତବ୍ୟକୁ ବିରୋଧ କରି ଏହି ଉତ୍ତେଜନା ଆରମ୍ଭ ହୋଇଥିଲା । ବିଜେପି କାଉନସିଲର ସଜଲ ଘୋଷ ଏବଂ ତୃଣମୂଳ କଂଗ୍ରେସ କାଉନସିଲର ଅସୀମ ବୋଷ ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବେଶ କିଛି ସମୟ ଧରି ଏହି ଉତ୍ତୋଜନା ଲାଗି ରହିବା କାରଣରୁ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଅଧ୍ୟକ୍ଷ ମାଲା ରୟ ଅଧିବେଶନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ । ପରେ ସ୍ଥିତି ସ୍ୱାଭାବିକ ହେଲା ପରେ ପୁଣି ଅଧିବେଶନ ପୁଣି ଆରମ୍ଭ ହୋଇଥିଲା । ଏକାଧିକ ମିଟିଂରେ ଶାସକ ତୃଣମୂଳ କଂଗ୍ରେସ ଓ ବିରୋଧୀ ବିଜେପି କାଉନସିଲରଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗକୁ ନେଇ ଏପରି ଉତ୍ତେଜନା ସୃଷ୍ଟି ହୋଇଥିବା ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ