ରାଇରଙ୍ଗପୁରରେ ୨୫୦ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ଛାତ୍ରଛାତ୍ରୀ - ୭୭ତମ ସ୍ଵାଧୀନତା ଦିବସ
🎬 Watch Now: Feature Video
ରାଇରଙ୍ଗପୁର: ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ଵାଧୀନତା ଦିବସ । ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ଘରେ ଜାତୀୟ ପତାକା ଲଗାଇବା ପାଇଁ ହର ଘର ତିରଙ୍ଗା ଅଭିଯାନ ମାଧ୍ଯମରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କଲେଜ ଓ ହଷ୍ଟେଲ ଛାତ୍ରଛାତ୍ରୀ ମାନେ ୨୫୦ ଫୁଟର ବିଶାଳ ତ୍ରିରଙ୍ଗା ଧରି ସହରରେ ବିଶାଳ ଶୋଭାଯାତ୍ରା କରିଛନ୍ତି । ରାଇରଙ୍ଗପୁର ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ୨୫୦ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଏକ ପଦଯାତ୍ରାରେ ବାହାରି ଥିଲେ । ଭାରତ ମାତା କି ଜୟ, ବନ୍ଦେ ମାତରମ୍, ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଦେଶ ପ୍ରତି ସମ୍ମାନ ଜଣାଇଥିଲେ । ଦେଶ ସ୍ବାଧୀନରେ ପ୍ରାଣବଳି ଦେଇଥିବା ବୀର ପୁରୁଷ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ପାଇଁ ଏବିଭିପି ପକ୍ଷରୁ ଏହି ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର