thumbnail

Watch: ଅଙ୍ଗରକ୍ଷୀଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଲେ ମନ୍ତ୍ରୀ, ଭିଡିଓ ଭାଇରାଲ

By ETV Bharat Odisha Team

Published : Oct 7, 2023, 4:14 PM IST

ହାଇଦ୍ରାବାଦ: ସର୍ବ ସମ୍ମୁଖରେ ବଡିଗାର୍ଡଙ୍କୁ ଚାପୁଡା ମାରିଲେ ମନ୍ତ୍ରୀ । ତେଲେଙ୍ଗାନା ରାଜ୍ୟର ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀ ତାଙ୍କ ବଡିଗାର୍ଡକୁ ଏକ କାର୍ଯ୍ୟକ୍ରମରେ ଚାପୁଡା ମାରିଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଶୁକ୍ରବାର ହାଇଦ୍ରାବାଦର ଏକ ସରକାରୀ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ବ୍ରେକଫାଷ୍ଟ ସ୍କିମର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମହମ୍ମଦ ଅଲ୍ଲୀ ଓ ମନ୍ତ୍ରୀ ତଲାସାନି ଶ୍ରୀନିବାସ ଯାଦବ ଯୋଗ ଦେଇଥିଲେ । ତେବେ ତଲାସାନି ଶ୍ରୀନିବାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟ ଗୃହମନ୍ତ୍ରୀ । କିନ୍ତୁ ଠିକ ସମୟରେ ବୁକେ ନ ଆଣିବାରୁ ବଡିଗାର୍ଡକୁ ସର୍ବ ସମ୍ମୁଖରେ ଚାପୁଡା ମାରିଥିଲେ ଗୃହମନ୍ତ୍ରୀ । ଯାହା କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟର ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । 

ଏହା ମଧ୍ୟ ପଢନ୍ତୁ-JP Nadda Meets Ramoji Rao: ରାମୋଜୀ ରାଓଙ୍କୁ ଭେଟିଲେ ଜେପି ନଡ୍ଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.