ଘରେ ବସି ଛୁଟି ମନାଅ ନାହିଁ ପସନ୍ଦ ନାପସନ୍ଦ ବାଛ: ଆସାଦୁଦ୍ଦିନ ଓଓ୍ବେସୀ - ତେଲେଙ୍ଗାନା ନିର୍ବାଚନ
🎬 Watch Now: Feature Video
Published : Nov 30, 2023, 12:09 PM IST
ହାଇଦ୍ରାବାଦ: ଭୋଟ ଦେଉଛି ତେଲେଙ୍ଗାନାର । 119 ବିଧାନସଭା ଆସନରେ ଜାରି ରହିଛି ମତଦାନ 2,290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 3 କୋଟି 26 ଲକ୍ଷରୁ ଊର୍ଦ୍ଧ୍ୱ ଜନତା । ରାଜ୍ୟରେ ହୋଇଥିବା 35655ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି । ନେତା, ଜନତା, ଅଭିନେତା ସମସ୍ତେ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି । ପୂର୍ବାହ୍ନ 9ଟା ସୁଦ୍ଧା 8.52 ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ସୂଚନା ମିଳିଛି । AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀ ମଧ୍ୟ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।
ଭୋଟ ଦେବାପରେ ପ୍ରତିକ୍ରିୟା ରଖି ଆସାଦୁଦ୍ଦିନ ଓଓ୍ବେସୀ କହିଛନ୍ତି, "ସମସ୍ତ ତେଲେଙ୍ଗାନା ଭୋଟକଙ୍କୁ ଅପିଲ୍ କରୁଛି ସମସ୍ତେ ଘରୁ ବାହାରି ଭୋଟ ଦିଅନ୍ତୁ । ଦାଇଦ୍ରାବାଦର ସୁନ୍ଦରତାକୁ ବଞ୍ଚାଇ ରଖିବାକୁ, ଭାଇଚାରାକୁ ବଜାୟ ରଖିବାକୁ, ସମ୍ବିଧାନ ଉପରେ ଭରସା ସୃଷ୍ଟି କରିବାକୁ ଘରୁ ବାହାରି ଭୋଟ ଦିଅନ୍ତୁ । ଘରେ ବସି ଛୁଟି ମନାଇବାର ସମସ ନୁହେଁ ନିଜ ସ୍ବର, ପସନ୍ଦ ନାପସନ୍ଦ ବାଛନ୍ତୁ । ସମସ୍ତ ଅନୁରୋଧ ଅଧ ଘଣ୍ଟା ପାଇଁ ଘରୁ ବାହାରନ୍ତୁ 100 ପ୍ରତିଶତ ଭୋଟ ଦିଅନ୍ତୁ । ସହରାଞ୍ଚଳ ଲୋକ ଭାବନ୍ତୁ ନାହିଁ ଛୁଟି ଦିନ ବୋଲି । ଲୋକତନ୍ତ୍ରକୁ ମଜଭୁତ କରିବାକୁ ଘରୁ ବାହାରନ୍ତୁ ଭୋଟ ଦିଅନ୍ତୁ । ଖାଇବା ପଛରେ ଖାଆନ୍ତୁ ପ୍ରଥମେ ଭୋଟ ଦିଅନ୍ତୁ । ବିଶେଷ କରି ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଭୋଟରଙ୍କ ଗୁରୁତ୍ବ ଅଧିକ ।"
ଏହା ବି ପଢନ୍ତୁ...ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ୍ କରୁଛି: କେ କବିତା
ତେଲେଙ୍ଗାନା ନିର୍ବାଚନ 2024 ସାଧାରଣ ନିର୍ବାଚନରେ ବଡ଼ ଭୂମିକା ତୁଲାଇବ କି ପ୍ରଶ୍ନର ଉତ୍ତର ଦେଇ ଓଓ୍ବେସୀ କହିଥନ୍ତି, "ହଁ ତେଲେଙ୍ଗାନା ନିର୍ବାଚନ 2024 ନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଇବ । ଆଉ 2 ମାସ ସମୟ ରହିଛି । ମୋ ରାଜନୈତିକ ଦଳ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛି ।"