ରବିବାରଠୁ ନିଖୋଜ ଥିଲେ, ଆଜି ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

By ETV Bharat Odisha Team

Published : Sep 25, 2023, 6:03 PM IST

thumbnail

କେନ୍ଦୁଝର: ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ଗାଁର ବୈତରଣୀ ନଦୀ କୂଳର ଏକ ଜାମୁକୋଳି ଗଛରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ହେଲେ ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ । ସେ ଗତକାଲି(ରବିବାର) ଠାରୁ ସରକାରୀ ବାସଭବନରୁ ନିଖୋଜ ଥିଲେ । ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ଖେଳି ଯାଇଛି  । 

ସୂଚନା ଥାଉକି, ମୃତ ରାମକୃଷ୍ଣ ଗତକାଲି ଚମ୍ପୁଆ ବ୍ଲକ୍ କୋଲନୀ ସରକାରୀ ବାସ ଭବନରୁ ନିଖୋଜ ଥିଲେ l ସେ ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡି ଦେଇଥିବାରୁ ଘର ଲୋକେ ତାଙ୍କୁ ଚାରି ଆଡ଼େ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କ କୌଣସି ଖବର ପାଇ ନଥିଲେ l ଆଜି ତାଙ୍କ ଗାଁ ଲୋକେ ସକାଳୁ ନଦୀକୁ ଗାଧୋଇବାକୁ ଯାଇ ଥିବାବେଳେ ତାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଦେଖିଥିଲେ । ନିକଟରେ ତାଙ୍କ ବାଇକ ଓ ହେଲମେଟ ରହି ଥିବାବେଳେ ସନ୍ଦେହ ଜନକ ଭାବେ ତାଙ୍କ ମୃତଦେହକୁ ଠାବ କରାଯାଇଛି  l ଏହାପରେ ସ୍ଥାନୀୟ ଲୋକେ ଚମ୍ପୁଆ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.