ରାଉରକେଲାରେ ମଣିପୁର ହିଂସା ତାତି, କେନ୍ଦ୍ରକୁ ଦାୟୀ କରି ଗର୍ଜିଲେ
🎬 Watch Now: Feature Video
ରାଉରକେଲା: ମଣିପୁର ହିଂସାକୁ ବିରୋଧ । କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଗର୍ଜିଲା CITU, AIKS, AIAWU ଦଳ । ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାର ଅବହେଳା କରୁଥିବା କହି ଗତକାଲି ରାଉରକେଲା ବିଜୁ ପଟ୍ଟନାୟକ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଏହି ବିକ୍ଷୋଭରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ସମାଲୋଚନା କରାଯାଇଥିଲା । ଯେଉଁ ଭଳି ବର୍ବରତାରେ ଲୋକେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ଜଣଙ୍କୁ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି । ଏଭଳି ନାରକୀୟ କାଣ୍ଡକୁ ନେଇ ବିଭିନ୍ନ ମହଲରେ ତୀଵ୍ର ସମାଲୋଚନା କରାଯାଇଛି । ଏହି ବିକ୍ଷୋଭରେ ବିଭିନ୍ନ ବର୍ଗର ମହିଳା ଏବଂ ପୁରୁଷମାନେ ଏକତ୍ରିତ ହୋଇ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ବ୍ୟାପକତା ଏବଂ ସେମାନଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ସେହିପରି ଏହି ବିରୋଧ ପ୍ରଦର୍ଶନରେ ମଣିପୁରରେ ଘଟିଥିବା ଘଟଣାରେ ପୀଡ଼ିତଙ୍କ ପ୍ରତି ନିଜର ସଂହତି ପ୍ରକାଶ କରିବା ସହ ଏଭଳି ଅତ୍ୟାଚାର ବିରୋଧରେ ଲଢ଼େଇ ଜାରି ରଖିବାକୁ ଶପଥ ନେଇଥିଲେ ।
ଇଟିଭି ଭାରତ, ରାଉରକେଲା