Suna Besha 2023: ଜନ ସମୁଦ୍ର ଶ୍ରୀକ୍ଷେତ୍ର, ମଧ୍ୟରାତ୍ରି ଯାଏଁ ଭକ୍ତ କରିବେ ଦର୍ଶନ - ଶ୍ରୀପୟର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/29-06-2023/640-480-18876490-thumbnail-16x9-vv.jpg)
ପୁରୀ: ଜନ ସମୁଦ୍ର ବଡଦାଣ୍ଡ । ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରେରେ ଭକ୍ତଙ୍କ ଭିଡ । ଶାନ୍ତି ଶୃଙ୍ଖଳାର ସହ ଆସି ଦର୍ଶନ କରୁଛନ୍ତି ଭକ୍ତ । ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାର ପିନ୍ଧି ମାନବୀଯ ଲୀଳା କରୁଛନ୍ତି ଜଗତରନାଥ ଜଗନ୍ନାଥ । ଏହି ଦୁର୍ଲଭ ଦୃଶ୍ୟକୁ ଟିକିଏ ଚର୍ମଚକ୍ଷୁରେ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆସନ୍ତାକାଲି ଅଧରପଣା ନୀତି ହେବ । ଶନିବାର ନିଳକନ୍ଦରକୁ ବିଜେ କରିବେ ନିଳାଦ୍ରୀନାଥ । ଏହା ପରେ ଶେଷ ହେବ ଚଳିତ ବର୍ଷ ରଥଯାତ୍ରା । ସୁନାବେଶର ନୀତିନିର୍ଘଣ୍ଟ ଅନୁସାରେ ସେବାଯତ ଆଜି ସେବା କରୁଛନ୍ତି । ଠିକ ସମୟରେ ବେଶ ଶେଷ ହେବା ପରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ, ଯାହା ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବ । ପୋଲିସ ପ୍ରଶାସନ ଭିଡ ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।