ପ୍ରଥମ ଥର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ହୋଲି ଉତ୍ସବ ଆୟୋଜିତ, ହୋଲିର ରଙ୍ଗରେ ରଙ୍ଗୀନ ହେଲେ ବିଦ୍ୟାର୍ଥୀ - ହୋଲିର ରଙ୍ଗରେ ରଙ୍ଗୀନ ହେଲେ ବିଦ୍ୟାର୍ଥୀ
🎬 Watch Now: Feature Video
ବ୍ରହ୍ମପୁର: ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗେଇ ହେବା ସହ ଭାଇଚାରାର ଏହି ପର୍ବକୁ ସମସ୍ତେ ଉତ୍ସାହର ସହକାରେ ପାଳନ କରିଥାନ୍ତି । ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ପ୍ରଥମଥର ପାଇଁ ହୋଲି ଉତ୍ସବ ପାଳିତ ହୋଇଛି । ଏହି ରଙ୍ଗର ପର୍ବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କଠାରୁ ଆରମ୍ଭ କରି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ନୂତନ କୁଳପତି, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ବିଦ୍ୟାର୍ଥୀମାନେ ସାମିଲ ହୋଇଥିଲେ । ହୋଲି ସଙ୍ଗୀତର ତାଳେ ତାଳେ ସମସ୍ତେ ସାମୁହିକ ଭାବରେ ନୃତ୍ୟ କରି ମିଠା ଖାଇ ଏହାର ବେଶ ମଜା ଉଠାଇଥିଲେ । ବିଶ୍ବବିଦ୍ୟାଳୟ ପରିବେଶରେ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା ।
ମୁଖ୍ୟତଃ ଦୋଳପୂର୍ଣ୍ଣିମା ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ସହିତ ପୌରାଣିକ କଥାବସ୍ତୁ ସାମିଲ ହୋଇ ରହିଛି । ସାତ ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୃଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଆସିଛି । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ହୋଲିକୁ ନେଇ ସାରା ଦେଶରେ ଭଳିକି ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତିଙ୍କ ସମେତ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର