ETV Bharat / bharat

ମହାକୁମ୍ଭରେ ବୁଡ଼ ପକାଇବେ ମହାମହିମ - MAHA KUMBH 2025

ଆସନ୍ତାକାଲି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାକୁମ୍ଭ ମେଳାରେ ବିତାଇବେ 8 ଘଣ୍ଟା ।

PRESIDENT Droupadi Murmu
PRESIDENT Droupadi Murmu (@rashtrapatibhvn)
author img

By ETV Bharat Odisha Team

Published : Feb 9, 2025, 8:23 PM IST

ପ୍ରୟାଗରାଜ: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି । ଆସନ୍ତାକାଲି(ସୋମବାର) ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସେ ଆସନ୍ତାକାଲି ଉତ୍ତରପ୍ରଦେଶ ଗସ୍ତ କରିବେ । ମହାକୁମ୍ଭ ମେଳାରେ 8 ଘଣ୍ଟା ସମୟ ଅତିବାହିତ କରିବେ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

ମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି:

ଆସନ୍ତାକାଲି(ସୋମବାର) ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ ମହାମହିମ । ଏହାପରେ ଶୟନ ମୁଦ୍ରାରେ ଥିବା ହନୁମାନ ଓ ଅକ୍ଷୟ ବଟ ବୃକ୍ଷର ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ମହାକୁମ୍ଭ ମେଳାରେ ରାଷ୍ଟ୍ରପତି 8 ଘଣ୍ଟା ସମୟ ଅତିବାହିତ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ମହାକୁମ୍ଭ ମେଳାରେ ଚେକିଂ ଜୋରଦାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ସାଥିରେ ଉପସ୍ଥିତ ରହିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ:

ମହାକୁମ୍ଭରେ ବୁଡ ପକାଇବା ପାଇଁ ଆସନ୍ତାକାଲି ସକାଳେ ତ୍ରିବେଣୀ ସଙ୍ଗମରେ ପହଞ୍ଚିବେ । ଆସ୍ଥାର ବୁଡ ପକାଇବେ । ତେବେ ଏହା ପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦ ମହାକୁମ୍ଭରେ ସ୍ନାନ କରିଥିଲେ । ଅକ୍ଷୟବଟ ପୂଜା କରିବା ସହ ବଡ଼ ହନୁମାନ ମନ୍ଦିରର ମଧ୍ୟ ଦର୍ଶନ କରିବେ । ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ ।

ଡିଜିଟାଲ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିବେ ରାଷ୍ଟ୍ରପତି:

ଏହି ଅବସରରେ ରାଷ୍ଟ୍ରପତି ହନୁମାନ ମନ୍ଦିର ସାମ୍ନାରେ ସ୍ଥାପିତ ହୋଇଥିବା ଡିଜିଟାଲ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ମହାକୁମ୍ଭରେ କୁମ୍ଭ ଓ ଭାରତୀୟ ସଂସ୍କୃତି ସମ୍ବନ୍ଧୀୟ ସୂଚନାକୁ ଉନ୍ନତଜ୍ଞାନକୈଶଳ ମାଧ୍ୟମରେ ଦର୍ଶାଯାଇଛି । ସମୁଦ୍ର ମନ୍ଥନକୁ ମଧ୍ୟ ଅଡିଓ ଓ ଭିଡିଓ ମାଧ୍ୟମରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ମହାକୁମ୍ଭରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ

ମହାକୁମ୍ଭ ମେଳାରେ ବଢୁଛି ରୁଦ୍ରାକ୍ଷ ବିକ୍ରି, କେମିତି ଚିହ୍ନିବେ କେଉଁଟା ଅସଲି ?

ବସନ୍ତ ପଞ୍ଚମୀ: ମହାକୁମ୍ଭରେ ତୃତୀୟ ଅମୃତ ସ୍ନାନ କରୁଛନ୍ତି ସନ୍ଥ-ଶ୍ରଦ୍ଧାଳୁ

କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ସନ୍ଧ୍ୟାରେ ଫେରିବେ ନୂଆଦିଲ୍ଲୀ:

ମେଳା ସମ୍ପର୍କିତ ଖବର ଡିଜିଟାଲ ଟେକନିକ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚା ଯାଉଛି । ତେବେ ରାଷ୍ଟ୍ରପତି ସନ୍ଧ୍ୟା 5.45 ସୁଦ୍ଧା ପ୍ରୟାଗରାଜରୁ ନୂଆଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାସ୍ତାଘାଟରେ ଚେକିଂକୁ ଜୋରଦାର କରାଯାଉଛି ।

ପ୍ରଧାନମନ୍ତ୍ରୀ ବି ପକାଇଥିଲେ ବୁଡ଼:
ଗତ ଫେବୃଆରୀ 5ରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ସହ ମନ୍ତ୍ରଜପ କରିଥିଲେ ପ୍ରଧାନମନ୍ତ୍ରୀ । ମା’ ଗଙ୍ଗାଙ୍କୁ କ୍ଷୀର ଅର୍ପଣ ସହ ଶାଢୀ ଚଢାଇଥିଲେ । ଏ ସମ୍ପର୍କରେ ସୋସିଆଲ ମିଡିଆ Xରେ ପୋଷ୍ଟ କରି ସୂଚନା ମଧ୍ୟ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.