କଟକରେ ଷ୍ଟିୟରିଂ ଛାଡ ଆନ୍ଦୋଳନ, ରାଜରାସ୍ତାରେ ଡ୍ରାଇଭର ମହାସଂଘ
🎬 Watch Now: Feature Video
Published : Jan 6, 2024, 10:49 PM IST
Drivers Maha Sangha on Strike : କଟକ : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ନୂତନ ପରିବହନ ନୀତିକୁ ବିରୋଧ କରିଛନ୍ତି ଡ୍ରାଇଭର ସଂଘ ।
ଏହା ମଧ୍ୟ ପଢ଼ନ୍ତୁ.... ଖୋର୍ଦ୍ଧାରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ
ଡ୍ରାଇଭରଙ୍କ ଦ୍ବାରା ଦୁର୍ଘଟଣା ଘଟିଲେ ସାତ ଲକ୍ଷ ଟଙ୍କା ଜରିମାନା ଏବଂ ଦଶ ବର୍ଷ ଜେଲ ଦଣ୍ଡ ପାଇଁ ଆଇନର ବ୍ୟବସ୍ଥା ରହିଛି । ମାତ୍ର ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଡ୍ରାଇଭର ପକ୍ଷରୁ ଜରିମାନା ଦେବା ସମ୍ଭବ ପର ନୁହେଁ । ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାର ଡ୍ରାଇଭର ମାନଙ୍କର ଦାବିକୁ ମାନି ନନିଅନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ । ଆବଶ୍ୟକ ପଡିଲେ ଡ୍ରାଇଭରଙ୍କ ପରିବାର ମାନେ ଏହି ଆନ୍ଦୋଳନରେ ସାମିଲ ହେବେ । ତେବେ ଜିଲ୍ଲାରେ ଡ୍ରାଇଭରଙ୍କର ଆନ୍ଦୋଳନ ବେଶ ପ୍ରଭାବ ପକାଇଛି । ଯାହା ଫଳରେ ଟ୍ରକ୍, ବସ ଚଳା ଚଳ ଠପ ହୋଇଯାଇଛି । ବସ ଚଳା ଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଯାତ୍ରୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ମଧ୍ୟ ବସ ପାଉନାହାନ୍ତି । ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଗୋଟିଏ ଦିନ ପାଇଁ ପେଟ୍ରୋଲ ଡିଜେଲ ମହଜୁତ ରହିଛି । କିନ୍ତୁ ଆନ୍ଦୋଳନ ଅବ୍ୟାହତ ରହିଲେ ଡିଜେଲ ବା ପେଟ୍ରୋଲ ମିଳିବା ସମସ୍ୟା ସୃଷ୍ଟି ହେବ । ସେପଟେ ଡ୍ରାଇଭର ମାନେ ବିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି ।
ଇଟିଭି ଭାରତ, କଟକ