ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା, ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା - କେନ୍ଦୁଝର ଖବର
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 17, 2023, 6:58 AM IST
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା । ଜିଲ୍ଲାର ଗଣ ପର୍ବ ଭାବେ ପରିଚିତ କାଳୀ ପୂଜା ଅବସରରେ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଆୟୋଜନ କରାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦୁଝରଗଡ଼ ପୌରପାଳିକା ନଗରପାଳିକା ନିକୁ ସାହୁ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ। । ଏହି ଅବସରରେ ଡିଏଫ୍ଓ ଧନରାଜ ଏଚ୍ଡି, ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁଙ୍କ ସହ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡଠାରେ ଗୁରୁବାରଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ବ୍ୟାପୀ ବୟନିକା ପକ୍ଷରୁ ୬୦ଟି ଷ୍ଟଲ୍ରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ହେବ ।
ଏହାମଧ୍ୟ ପଢନ୍ତୁ..Kali Puja: ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ତେବେ ଦିନକୁ ଦିନ ହସ୍ତତନ୍ତ ବସ୍ତ୍ର ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ସହ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଲୋକଙ୍କ ଆଗ୍ରହ ଦେଖା ଯାଉଛି । ଏହି ହସ୍ତତନ୍ତ ବସ୍ତ୍ରର ବ୍ୟବସାୟୀକରଣ କରିବାର ଆବଶ୍ୟକତା ଦେଖି ରାଜ୍ୟ ସରକାର ହସ୍ତତନ୍ତ ମେଳା ଆୟୋଜନ କରୁଛନ୍ତି । ଏହାର ଲକ୍ଷ୍ୟ ହେଉଛି ବୁଣାକାର ମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଓ ସଠିକ୍ କାମକୁ ସଠିକ୍ ଦାମ ଦେବା । ଏହି ଉଦ୍ଦେଶ୍ୟ ରଖି କେନ୍ଦୁଝରରେ ଏହି ଷ୍ଟଲର ଆୟୋଜନ କରାଯାଇଛି ।
ଇଟିଭି ଭାରତ, କେନ୍ଦୁଝର