ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ, ଲୁକାୟିତ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ - ମେଗା ଟୁର୍ଣ୍ଣାମେଣ୍ଟ
🎬 Watch Now: Feature Video
କଟକ: କଟକରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା । ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ ସମସ୍ତ ମୁକାବିଲା । ଏହା ଆଜିଠୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି 4 ଦିନ ବ୍ୟାପି ମେଗା ଟୁର୍ଣ୍ଣାମେଣ୍ଟରେ 220ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଭାଗ ନେଇଛନ୍ତି । 4ଟି ଵର୍ଗରେ ଖେଳାଯାଉଛି ସମସ୍ତ ମୁକାବିଲା । 9 ,11,13 ଓ 15 ବର୍ଷରୁ କମ ବୟସ ଵର୍ଗର ଖେଳାଳି ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି । ତେବେ ତୃଣମୂଳସ୍ତରରୁ ପ୍ରତିଯୋଗୀଙ୍କୁ ଆଗକୁ ଆଣିବା ପାଇଁ ଏଭଳି ରାଙ୍କିଂ ପ୍ରତିଯୋଗିତା ଆରମ୍ଭ ହୋଇଛି । ଯାହା ଆଗମୀ ଦିନରେ ଓଡିଶାକୁ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଅନେକ ସଫଳତା ପ୍ରଦାନ କରିବ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ । ତେବେ ଆଗମୀ ଦିନରେ ଯେପରି ଏହି 4 ଟି ଵର୍ଗ ଖେଳାଳିମାନଙ୍କୁ ଉଚିତ ପ୍ରଶିକ୍ଷଣ ଦିଆଯାଇ, ଜାତୀୟ ସ୍ତରକୁ ପଠାଯିବ ସେନେଇ ସବୁ ଚେଷ୍ଟା ଜାରି ରହିଥିବା କହିଛନ୍ତି କଟକ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦ କମଲ ଦାସ। ଏହି ମ୍ୟାଚ ଆୟୋଜନର ମୂଳ ଲକ୍ଷ୍ୟ କେବଳ ଜିଲ୍ଲାସ୍ତରରୁ ଅନେକ ନୂଆ ପ୍ରତିଭା ଚୟନ କରିବା ।
ଇଟିଭି ଭାରତ, କଟକ