Hockey World Cup 2023: ସ୍ପେନ-ଇଂଲଣ୍ଡ ମ୍ୟାଚ କହିବ ଭାରତର ସମୀକରଣ - ହକି ବିଶ୍ବକପ ୨୦୨୩

🎬 Watch Now: Feature Video

thumbnail

By

Published : Jan 17, 2023, 5:04 PM IST

Updated : Feb 3, 2023, 8:39 PM IST

ରାଉରକେଲା: ଜାରି ରହିଥିବା ହକି ବିଶ୍ବକପ ୨୦୨୩ରେ ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ବିଜୟ ପରେ ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ସହ କଡ଼ା ମୁକାବିଲା କରିଥିଲା ଭାରତୀୟ ହକି ଦଳ । ତେବେ ସଙ୍ଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଅମୀମାଂସିତ ରହିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ପୁଲର କେଉଁ ଦଳ କ୍ବାର୍ଟର ଫାଇନାଲକୁ କ୍ବାଲିଫାଇ ହେବ, ସେନେଇ ଦ୍ବନ୍ଦ୍ବ ଲାଗି ରହିଛି । ବିଭିନ୍ନ ଦଳ କ୍ବାଲିଫାଇ ହେବା ପାଇଁ ସମୀକରଣ ପ୍ରସ୍ତୁତ କରୁଥିବାବେଳେ ଏନେଇ ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାଙ୍କ ସହ ଆମେ ଆଲୋଚନା କରିଥିଲୁ । ତେବେ ସ୍ପେନ ଏବଂ ଇଂଲଣ୍ଡର ମ୍ୟାଚ ପରେ ହିଁ ଭାରତ ପାଇଁ ସମୀକରଣ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

 

ବର୍ତ୍ତମାନ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କେଉଁ ପୁଲରୁ କେଉଁ ଦଳ କ୍ବାର୍ଟର ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହେବ ସେନେଇ ଲାଗି ରହିଛି ଦ୍ଵନ୍ଦ୍ବ । ସମସ୍ତ ଦଳ ତିଆରି କରୁଛନ୍ତି ବିଭିନ୍ନ ସମୀକରଣ । ରବିବାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଂଲଣ୍ଡ ସହ ଭାରତର ହାଇ ଭୋଲ୍ଟେଜ ମ୍ୟାଚରେ ଦୁଇ ଦଳ ସଂଘର୍ଷ ସତ୍ତ୍ବେ ମ୍ୟାଚର ରେଜଲ୍ଟ ଡ୍ର ରହିଥିଲା । ଦୁଇ ଦଳ ପରସ୍ପରକୁ ଆଟାକ କରି ଖେଳିଥିଲେ ଏବଂ ଦୁଇ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ କେଉଁଠାରେ ଭୁଲ କରିଥିଲେ, କେଉଁ କାରଣ ଯୋଗୁଁ ଭାରତ ସ୍କୋର କରି ପାରିନଥିଲା, ସେନେଇ ଆମେ ଆଲୋଚନା କରିଥିଲୁ ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାଙ୍କ ସହ ।  

 

ଆମ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସୁଶାନ୍ତ ବେହେରା କହିଛନ୍ତି, "ଉଭୟ ଭାରତୀୟ ଏବଂ ଇଂଲଣ୍ଡ ହକି ଦଳ ଭଲ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳିଥିଲେ । ଉଭୟ ଟିମ ପରସ୍ପରକୁ କଡା ଟକ୍କର ଦେଇଛନ୍ତି । ଯଦି ଦୁଇ ଟିମ ମଧ୍ୟରୁ କେହି ଗୋଟେ ଦଳ ଗୋଲ ସ୍କୋର କରିଥାନ୍ତେ ଏବଂ ମୌକାର ଲାଭ ଉଠାଇ ପାରିଥାନ୍ତେ ତେବେ ଏହି ମ୍ୟାଚର ରେଜଲ୍ଟ କିଛି ଭିନ୍ନ ହୋଇଥାନ୍ତା । ତେବେ ଆମକୁ କିଭଳି ହାଫ ଚାନ୍ସକୁ ଗୋଲରେ ପରିଣତ କରିହେବ, ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଇଂଲଣ୍ଡ ଦଳକୁ ୭ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଗୋଟିଏ ମଧ୍ୟ ଗୋଲ ଇଂଲଣ୍ଡ କରି ପାରିନଥିଲା । ଅନ୍ୟ ପକ୍ଷରେ ଭାରତକୁ ମଧ୍ୟ ୫ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା । ଭାରତୀୟ ହକି ଦଳ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲା । କିନ୍ତୁ ବଡ଼ କଥା ହେଉଛି ଭାରତୀୟ ହକି ଦଳକୁ ଇଂଲଣ୍ଡ ୭ଟି ପେନାଲ୍‌ଟି ଆଟାକ କରିଥିଲେ ମଧ୍ୟ ଏହି ପେନାଲ୍‌ଟିକୁ ଆମ ଗୋଲ କିପର ପାଖକୁ ପହଞ୍ଚିବାକୁ ଦେଇ ନାହାନ୍ତି ଫାଷ୍ଟ ରନର । ତେବେ ଆସନ୍ତା ୧୯ ତାରିଖରେ ୱେଲସ ଦଳ ସହ ମ୍ୟାଚ ଖେଳି ଜିତିବାକୁ ହେଲେ ପେନାଲ୍‌ଟିକୁ ଗୋଲରେ ପରିଣତ କରିବାକୁ ପଡିବ । ଭାରତକୁ ଭଲ ଗୋଲ ବ୍ୟବଧାନରେ ଜିତିବାକୁ ପଡିବ । ତାହା ହେଲେ ଯାଇ ଭାରତୀୟ ଦଳ ମ୍ୟାଚ ଜିତି କ୍ଵଲିଫାଇ କରିବାର ସୁଯୋଗ ବଢିବ ।"

 

କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାଙ୍କ କହିବା ଅନୁସାରେ ଭାରତକୁ ୱେଲ୍ସ ବିପକ୍ଷରେ ୬-୦ କିମ୍ବା ୭-୦ ବ୍ୟବଧାନରେ ଜିତିବାକୁ ପଡିବ । ତେବେ ଇଂଲଣ୍ଡ ଏବଂ ସ୍ପେନର ମ୍ୟାଚର ରେଜଲ୍ଟ ପରେ ହିଁ ନୂଆ ସମୀକରଣ କଣ ରହିବ, କେଉଁ ପରିସ୍ଥିତିରେ ଭାରତ ଜିତିବ ତାହା ଦେଖିବାକୁ ପଡିବ । ସମସ୍ତଙ୍କ ଇଛା ଭାରତ ହକି ବିଶ୍ବକପ ଜିତୁ । କିନ୍ତୁ ଏହି ବିଜୟ ଯାତ୍ରାରେ ଆସିଛି କିଛି ରୋମାଞ୍ଚ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଭାରତୀୟ ହକି ଦଳ ନିଜର ଭୁଲକୁ ସୁଧାରି ୱେଲ୍ସକୁ ଭଲ ବ୍ୟବଧାନରେ ହରାଇ ପାରୁଛି ନା ନାହିଁ ।

 

ଇଟିଭି ଭାରତ, ରାଉରକେଲା

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.