OPSC Result: ୧୩ ନମ୍ବର ରାଙ୍କ୍ରେ ସୌମ୍ୟ ଶୁଭମ୍, IAS ପାଇଁ ଲକ୍ଷ୍ୟ - ଓପିଏସ୍ସି କୃତକାର୍ଯ୍ୟ ସୌମ୍ୟ ଶୁଭମ୍
🎬 Watch Now: Feature Video
ଭବାନୀପାଟଣା: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ରେଜଲ୍ଟ । ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୩୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଲିଖତ ଓ ମୌଖ୍ୟକ ତଥା ବ୍ୟକ୍ତିତ୍ଵ ପରୀକ୍ଷା ଜରିଆରେ ଏମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶ । ତେବେ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ମାଟିର ଯୁବକ । ନିଷ୍ଠା ଓ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ବୋଲି କହିଛନ୍ତି ଓସିଏସ୍ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଗୋଶାଲ ପଡ଼ାର ଜଗଦୀଶ ପାଣିଙ୍କ ପୁଅ ସୌମ୍ୟ ଶୁଭମ୍ ପାଣି ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୩ ନମ୍ବର ରାଙ୍କ ସହ କୃତକାର୍ଯ୍ୟ ହୋଇଛନ୍ତି ସୌମ୍ୟ ଶୁଭମ୍ । ଏଥିପାଇଁ ସେ ଦିନକୁ ୮ ଘଣ୍ଟା ଧରି କଠିନ ପରିଶ୍ରମ କରୁଥିବା କହିଛନ୍ତି । ସୌମ୍ୟଙ୍କ ବାପା ଓ ମାଆ ଉଭୟ ସରକାରୀ କର୍ମଚାରୀ ହୋଇଥିବା ବେଳେ ସେମାନଙ୍କଠାରୁ ଅନୁପ୍ରାଣିତ ହୋଇଥିବା ସେ କହିଛନ୍ତି । ପରବର୍ତ୍ତୀ ସମୟରେ ସେ ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଦିଲ୍ଲୀରେ ରହି ପାଠ ପଢୁଥିଲେ । ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ସେ ଆହୁରି ଆଗକୁ ବଢିବାର ଲକ୍ଷ୍ୟ ରଖିଛନ୍ତି । ଭବିଷ୍ୟତ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି । ତେବେ ଏହି ସଫଳତା ପାଇଁ ସୌମ୍ୟଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।
ଇଟିଭି ଭାରତ, କଳାହାଣ୍ଡି