ବର୍ଷା ଦିନେ ବାହାରେ ଗାଡି ରଖୁଥିଲେ ସାବଧାନ ! ପଶିପାରେ ବିଷଧର - ଚନ୍ଦନ ବୋଡା ସାପ
🎬 Watch Now: Feature Video
ଭୁବନେଶ୍ବର: ବର୍ଷାଦିନେ ଗାଡ଼ିକୁ ବାହାରେ ପାର୍କ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଗାଡ଼ି ଭିତରୁ ବାହାରି ପାରେ ବିଷଧର ସାପ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବରରେ । ବାଲେଶ୍ଵର ଜିଲ୍ଲା ଫୁଲାଡି ଅନ୍ତର୍ଗତ ସିଲଟ ଗ୍ରାମର ଦୁଇ ବନ୍ଧୁ ଅଭିଷେକ ଜେନା ଏବଂ ବିନୋଦ ବେହେରା କଲିକତା ଯିବା ପାଇଁ ରେଳ ଷ୍ଟେସନକୁ ଯାଉଥିଲେ । ରାତି ପ୍ରାୟ ସାଢେ ବାରଟା ବେଳେ ବର୍ଷା ହେବାରୁ ଏକ ଦୋକାନ ପାଖରେ ଆଶ୍ରୟ ନେଇଥିଲେ । ତାଙ୍କର ହୋଣ୍ଡା ବାଇକ ଭିତରୁ ସୁ ସୁ ଶବ୍ଦ ଶୁଣାବା ପରେ ଦୁଇ ବନ୍ଧୁ ଡରି ଯାଇଥିଲେ । ଏହାପରେ ଅଭିଷେକ ସ୍ନେକ୍ହେଲ୍ପ ଲାଇନ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ସ୍ନେକ୍ ହେଲ୍ପଲାଇନ ପହଞ୍ଚି ବାଇକର ଭାଇଜର ପଛରେ ଏକ ଚନ୍ଦନ ବୋଡା ସାପ ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରିବା ଉପକରଣ ସାହାଯ୍ୟରେ ଗାଡିରୁ ସାପକୁ କାଢିଥିଲେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ । ସାପକୁ ଉଦ୍ଧାର ପରେ ସାପକୁ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ।
ଇଟିଭି ଭାରତ, ଭୁବନେଶ୍ବର